ଭୁବନେଶ୍ୱରରେ ମାରୁତି ସୁଜୁକିର ମାଇଲେଜ୍ ରାଲି
ଭୁବନେଶ୍ୱର,୧୦।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗ୍ରାଣ୍ଡ ଭିଟାରା’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଗ୍ରାଣ୍ଡ ଭିଟାରା ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ମାଇଲେଜ୍ ରାଲି’ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର୍ସ ଓ ଗ୍ରାହକଙ୍କ ମଧ୍ୟରେ ଏକ ଭାବ ବିନିମୟ ସହ ‘ଗ୍ରାଣ୍ଡ ଭିଟାରା ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ମାଇଲେଜ୍ ରାଲି’ର ସଫଳ […] The post ଭୁବନେଶ୍ୱରରେ ମାରୁତି ସୁଜୁକିର ମାଇଲେଜ୍ ରାଲି appeared first on Dharitri Odia News.
ଭୁବନେଶ୍ୱର,୧୦।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗ୍ରାଣ୍ଡ ଭିଟାରା’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଗ୍ରାଣ୍ଡ ଭିଟାରା ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ମାଇଲେଜ୍ ରାଲି’ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର୍ସ ଓ ଗ୍ରାହକଙ୍କ ମଧ୍ୟରେ ଏକ ଭାବ ବିନିମୟ ସହ ‘ଗ୍ରାଣ୍ଡ ଭିଟାରା ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ମାଇଲେଜ୍ ରାଲି’ର ସଫଳ ସମାପ୍ତି ପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ନିକଟରେ କରାଯାଇଥିଲା। ଅପରପକ୍ଷରେ ଭୁବନେଶ୍ୱରର ଟ୍ରାଇଡେଣ୍ଟ ହୋଟେଲ ପରିସରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପୁରୀ ନିକଟସ୍ଥ ଏକ ଲୋକପ୍ରିୟ ୱାଟର ପାର୍କ ଠାରେ ଶେଷ ହୋଇଥିଲା।
ଏପରିକି ଏହି ଗ୍ରାହକଚାଳିତ ଇଭେଣ୍ଟ ‘ଗ୍ରାଣ୍ଡ ଭିଟାରା’ରେ ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଟେକ୍ନୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ଅସାଧାରଣ ଇନ୍ଧନଦକ୍ଷତା ଏବଂ ଏକ ବର୍ଦ୍ଧିତ ଡ୍ରାଇଭିଂ ଅଭିଜ୍ଞତାକୁ ଆଲୋକିତ କରିବା ସହିତ ୨୩ ଉତ୍ସାହୀ ଗାଡି ମାଲିକ ଭୁବନେଶ୍ୱର ମାଇଲେଜ ରାଲିରେ ଅଂଶଗ୍ରହଣ କରିଥିଲେ।
The post ଭୁବନେଶ୍ୱରରେ ମାରୁତି ସୁଜୁକିର ମାଇଲେଜ୍ ରାଲି appeared first on Dharitri Odia News.