ନାମାଙ୍କନପତ୍ର ଦାଖଲ କଲେ ମାଧବ
କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ ସ୍ଥାନୀୟ କାଳିପଡ଼ିଆରୁ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପାଟଣା ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ନାୟକ, ଘଷିପୁରା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। […] The post ନାମାଙ୍କନପତ୍ର ଦାଖଲ କଲେ ମାଧବ appeared first on Dharitri Odia News.
କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ ସ୍ଥାନୀୟ କାଳିପଡ଼ିଆରୁ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପାଟଣା ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ନାୟକ, ଘଷିପୁରା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ବିଜେଡି ସରକାରରେ ହୋଇଥିବା ଜନ କଲ୍ୟାଣ ଯୋଜନା ଓ ନବୀନଙ୍କ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ୍ ପ୍ରଚାର କରିବେ ବୋଲି କହିଛନ୍ତି। ମାଧବ ଜିଲା ବିଜେଡି ସଭାପତି ରହିଥିବା ବେଳେ ଗତ ନିର୍ବାଚନରେ ଅଳ୍ପ ଭୋଟ୍ ବ୍ୟବଧାନ ପରାସ୍ତ ହୋଇଛନ୍ତି।
The post ନାମାଙ୍କନପତ୍ର ଦାଖଲ କଲେ ମାଧବ appeared first on Dharitri Odia News.