ଭାରତୀୟ ଔଷଧ କମ୍ପାନୀ ଗୋଦାମରେ ଆମେ ନୁହେଁ ୟୁକ୍ରେନ ମିସାଇଲ ମାଡ଼ କରିଛି: ଋଷ
ନୂଆଦିଲ୍ଲୀ: ନିକଟରେ ୟୁକ୍ରେନ୍ର କିଭ୍ରେ ଥିବା ଭାରତୀୟ ଔଷଧ କମ୍ପାନୀ କୁସୁମ ହେଲ୍ଥ କେୟାରର ଗୋଦାମ ଘରେ ଋଷ ମିସାଇଲ ମାଡ଼ କରିଥିବା ୟୁକ୍ରେନ୍ ଅଭିଯୋଗ ଆଣିଥିଲା। ସପ୍ତାହ ପରେ ଋଷ ଏହାର ସ୍ପଷ୍ଟୀକରଣ ଦେଇଛି। ଏହି ଦୁର୍ଘଟଣା ପାଇଁ ଋଷ ଓଲଟି ୟୁକ୍ରେନ୍ ଉପରେ ଲଦିଛି। ଭାରତରେ ଥିବା ଋଷ ଦୂତାବାସ ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। ରୁଷ ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତିରେ, ମସ୍କୋ କହିଛି "ୟୁକ୍ରେନୀୟ ଏୟାର ଡିଫେନ୍ସ ମିସାଇଲ୍ ମଧ୍ୟରୁ ଗୋଟିଏ କୁସୁମ ହେଲ୍ଥକେୟାରର ଗୋଦାମ ଉପରେ ପଡ଼ିଥିଲା, ଫଳରେ ସେଠାରେ ନିଆଁ ଲାଗିଯାଇଥିଲା।" ଏଥିରେ ରୁଷୀୟ ସେନାର କୌଣସି ସମ୍ପୃକ୍ତିକୁ ଖଣ୍ଡନ କରାଯାଇଛି। ଏପ୍ରିଲ ୧୨ ତାରିଖରେ କୁସୁମର ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଯାହାକୁ ନେଇ ୟୁକ୍ରେନ ଋଷ ଉପରେ ଦୋଷ ଲଦିଥିଲା। ରୁଷ ଗୋଟିଏ ପଟେ ଭାରତର ଘନିଷ୍ଟ ବନ୍ଧୁ ବୋଲି କହୁଛି ଅନ୍ୟପଟେ ୟୁକ୍ରେନ୍ରେ ଥିବା ଭାରତୀୟ ବ୍ୟବସାୟ ଗୁଡ଼ିକୁ ଟାର୍ଗେଟ୍ କରୁଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଥିଲା।ପଢନ୍ତୁ- ଦୁଇ ଦଶନ୍ଧୀ ପରେ ତାଲିବାନ ଉପରେ ବ୍ୟାନ୍ ହଟାଇଲା ଋଷ: ଆଶ୍ଚର୍ଯ୍ୟ ପଶ୍ଚିମ ଦେଶ❗️In response to the accusations spread by the Embassy of Ukraine in India the Russian Embassy in New Delhi informs that the Russian Armed Forces did not attack or plan to attack on April 12,
ନୂଆଦିଲ୍ଲୀ: ନିକଟରେ ୟୁକ୍ରେନ୍ର କିଭ୍ରେ ଥିବା ଭାରତୀୟ ଔଷଧ କମ୍ପାନୀ କୁସୁମ ହେଲ୍ଥ କେୟାରର ଗୋଦାମ ଘରେ ଋଷ ମିସାଇଲ ମାଡ଼ କରିଥିବା ୟୁକ୍ରେନ୍ ଅଭିଯୋଗ ଆଣିଥିଲା। ସପ୍ତାହ ପରେ ଋଷ ଏହାର ସ୍ପଷ୍ଟୀକରଣ ଦେଇଛି। ଏହି ଦୁର୍ଘଟଣା ପାଇଁ ଋଷ ଓଲଟି ୟୁକ୍ରେନ୍ ଉପରେ ଲଦିଛି। ଭାରତରେ ଥିବା ଋଷ ଦୂତାବାସ ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି।
ରୁଷ ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତିରେ, ମସ୍କୋ କହିଛି "ୟୁକ୍ରେନୀୟ ଏୟାର ଡିଫେନ୍ସ ମିସାଇଲ୍ ମଧ୍ୟରୁ ଗୋଟିଏ କୁସୁମ ହେଲ୍ଥକେୟାରର ଗୋଦାମ ଉପରେ ପଡ଼ିଥିଲା, ଫଳରେ ସେଠାରେ ନିଆଁ ଲାଗିଯାଇଥିଲା।" ଏଥିରେ ରୁଷୀୟ ସେନାର କୌଣସି ସମ୍ପୃକ୍ତିକୁ ଖଣ୍ଡନ କରାଯାଇଛି। ଏପ୍ରିଲ ୧୨ ତାରିଖରେ କୁସୁମର ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଯାହାକୁ ନେଇ ୟୁକ୍ରେନ ଋଷ ଉପରେ ଦୋଷ ଲଦିଥିଲା। ରୁଷ ଗୋଟିଏ ପଟେ ଭାରତର ଘନିଷ୍ଟ ବନ୍ଧୁ ବୋଲି କହୁଛି ଅନ୍ୟପଟେ ୟୁକ୍ରେନ୍ରେ ଥିବା ଭାରତୀୟ ବ୍ୟବସାୟ ଗୁଡ଼ିକୁ ଟାର୍ଗେଟ୍ କରୁଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଥିଲା।
ପଢନ୍ତୁ- ଦୁଇ ଦଶନ୍ଧୀ ପରେ ତାଲିବାନ ଉପରେ ବ୍ୟାନ୍ ହଟାଇଲା ଋଷ: ଆଶ୍ଚର୍ଯ୍ୟ ପଶ୍ଚିମ ଦେଶ
❗️In response to the accusations spread by the Embassy of Ukraine in India the Russian Embassy in New Delhi informs that the Russian Armed Forces did not attack or plan to attack on April 12, 2025, Kusum Healthcare’s pharmacy warehouse in the eastern part of Kiev. pic.twitter.com/W9HifHREnz— Russia in India ???????? (@RusEmbIndia) April 17, 2025
କୁସୁମ ହେଲ୍ଥକେୟାର କମ୍ପାନୀ ଭାରତୀୟ ବ୍ୟବସାୟୀ ରାଜୀବ ଗୁପ୍ତାଙ୍କର। ଏହି କମ୍ପାନୀ ୟୁକ୍ରେନରେ ବ୍ୟବସାୟ କରୁଥିବା କରୁଥିବା ସର୍ବବୃହତ ଔଷଧ କମ୍ପାନୀ ମଧ୍ୟରୁ ଗୋଟିଏ। ଏହି କମ୍ପାନୀ ପୂରା ୟୁକ୍ରେନ୍ରେ ମୌଳିକ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ତେବେ ୟୁକ୍ରେନ୍ର ଅଭିଯୋଗ ପରେ ଋଷ କହିଛି ଯେ ସେଦିନ ରୁଷିଆ ଟେକ୍ଟିକାଲ ଏଭିଏସନ, ମାନବହୀନ ବିମାନ ଯାନ ଏବଂ କ୍ଷେପଣାସ୍ତ୍ର ବାହିନୀ ୟୁକ୍ରେନୀୟ ସାମରିକ ଶିଳ୍ପ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲା। ଯାହା କୁସୁମ ଫାର୍ମ ଠାରୁ ବହୁ ଦୂରରେ ରହିଥିଲା। ଏଥିସହିତ ୟୁକ୍ରେନ୍ ଜାଣିଶୁଣି ଲୋକେ ରହୁଥିବା ସ୍ଥାନରେ ସାମରିକ କାର୍ଯ୍ୟକଳାପ କରୁଛି ବୋଲି ଋଷ ଚିରାଚରିତ ଭାବେ ଅଭିଯୋଗ କରିଛି।
ପଢ଼ନ୍ତୁ- ପୁଣି ଭାରତୀୟ ଓ ହିନ୍ଦୁଙ୍କ ଉପରେ ପାକ୍ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ, ପୁରା ଦେଶରେ ହଲ୍ଚଲ୍
ୟୁକ୍ରେନୀୟ ସେନା ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରି ସହରାଞ୍ଚଳରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ରକେଟ୍ ଲଞ୍ଚର୍, ତୋପ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ମୁତୟନ କରିବା ଏକ ପରମ୍ପରା ପାଲଟିଛି ବୋଲି ଋଷ ଅଭିଯୋଗ କରିଛି। ରୁଷ ଜୋର ଦେଇ କହିଛି ଯେ ଏହାର ସଶସ୍ତ୍ର ବାହିନୀ ଏହାର କେବେବି ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିନାହିଁ।