ଡ୍ରଗ୍ସ ନେବା ଅଭିଯୋଗରେ ଗିରଫ ତେଲଗୁ ଅଭିନେତ୍ରୀ ହେମା
ବେଙ୍ଗାଲୁରୁ: ରେଭ୍ ପାର୍ଟି ଚଢ଼ାଉ ଘଟଣାରେ ତେଲଗୁ ଅଭିନେତ୍ରୀ ହେମାଙ୍କୁ ଗିରଫ କରାଯାଇଛି। ହେମା ଡ୍ରଗ୍ସ ନେଇଥିବା ଅଭିଯଗରୋ ତାଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ରେଜଲ୍ଟ ପଜିଟିଭ୍ ଆସିବା ପରେ ତେଲେଙ୍ଗାନା ପୁଲିସ ଅଭିନେତ୍ରୀଙ୍କୁ ଗିରଫ କରିଛି। ତେବେ ଏହା ପୂର୍ବରୁ ହେମା ପୁଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ସେ ରେଭ୍ ପାର୍ଟି ନଥିଲେ ବୋଲି କହିଥିଲେ। ହେଲେ ସାମ୍ପଲ ଟେଷ୍ଟ ପଜିଟିଭ୍ ଜଣା ପଡ଼ିବା ପରେ ଡ୍ରଗ୍ସ ନେବା ଅଭିଯୋଗର ପୁଲିସ ହେମାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମେ ୨୦ ତାରିଖରେ ବେଙ୍ଗାଲୁରୁରେ କନ କାର୍ଡ ମାଲିକ ଗୋପାଳ ରେଡ୍ଡିଙ୍କ ଫାର୍ମ ହାଉସ୍ରେ ପାର୍ଟିର ଆୟୋଜନ କରାଯାଇଥିଲା। ଜନ୍ମଦିନରେ ଆଳରେ ହାଇଦ୍ରାବାଦର ବାସୁ ନାମକ ଜଣେ ବ୍ୟକ୍ତି ଏହି ପାର୍ଟିର ଆୟୋଜନ କରିଥିଲା। ଏଥିରେ ୧୦୩ ଜଣ ଯୋଗ ଦେଇଥିଲେ। ସେଥିମଧ୍ୟରୁ ୮୬ ଜଣଙ୍କ ସମ୍ପଲ ପିଜିଟିଭ୍ ଚିହ୍ନଟ ହୋଇଥିଲା। ବେଙ୍ଗାଲୁରୁ ରେଭ ପାର୍ଟିରେ ପୁଲିସ ଚଢ଼ାଉ କରିବା ପରେ ୧୭ ଏମ୍ଡିଏମ୍ ପିଲ୍ସ ଏବଂ କୋକେନ୍ ଜବତ କରିଥିଲା। ରାତି ୨ଟା ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା। ଜନ୍ମଦିନ ଆଳରେ ଏହି ପାର୍ଟିର ଆୟଜନ କରାଯାଇଥିଲା। ପାର୍ଟିରେ ୭୩ ପୁରୁଷ ଓ ୩୦ ମହିଳା ରହିଥିଲେ। ଏଥିରୁ ୫୯ ଜଣ ପୁରୁଷଙ୍କ ରକ୍ତ ନମୁନା ଡ୍ରଗ୍ସ ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି ୨୭ ମହିଳା ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବେଙ୍ଗାଲୁରୁ: ରେଭ୍ ପାର୍ଟି ଚଢ଼ାଉ ଘଟଣାରେ ତେଲଗୁ ଅଭିନେତ୍ରୀ ହେମାଙ୍କୁ ଗିରଫ କରାଯାଇଛି। ହେମା ଡ୍ରଗ୍ସ ନେଇଥିବା ଅଭିଯଗରୋ ତାଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ରେଜଲ୍ଟ ପଜିଟିଭ୍ ଆସିବା ପରେ ତେଲେଙ୍ଗାନା ପୁଲିସ ଅଭିନେତ୍ରୀଙ୍କୁ ଗିରଫ କରିଛି। ତେବେ ଏହା ପୂର୍ବରୁ ହେମା ପୁଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ସେ ରେଭ୍ ପାର୍ଟି ନଥିଲେ ବୋଲି କହିଥିଲେ। ହେଲେ ସାମ୍ପଲ ଟେଷ୍ଟ ପଜିଟିଭ୍ ଜଣା ପଡ଼ିବା ପରେ ଡ୍ରଗ୍ସ ନେବା ଅଭିଯୋଗର ପୁଲିସ ହେମାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ମେ ୨୦ ତାରିଖରେ ବେଙ୍ଗାଲୁରୁରେ କନ କାର୍ଡ ମାଲିକ ଗୋପାଳ ରେଡ୍ଡିଙ୍କ ଫାର୍ମ ହାଉସ୍ରେ ପାର୍ଟିର ଆୟୋଜନ କରାଯାଇଥିଲା। ଜନ୍ମଦିନରେ ଆଳରେ ହାଇଦ୍ରାବାଦର ବାସୁ ନାମକ ଜଣେ ବ୍ୟକ୍ତି ଏହି ପାର୍ଟିର ଆୟୋଜନ କରିଥିଲା। ଏଥିରେ ୧୦୩ ଜଣ ଯୋଗ ଦେଇଥିଲେ। ସେଥିମଧ୍ୟରୁ ୮୬ ଜଣଙ୍କ ସମ୍ପଲ ପିଜିଟିଭ୍ ଚିହ୍ନଟ ହୋଇଥିଲା।
ବେଙ୍ଗାଲୁରୁ ରେଭ ପାର୍ଟିରେ ପୁଲିସ ଚଢ଼ାଉ କରିବା ପରେ ୧୭ ଏମ୍ଡିଏମ୍ ପିଲ୍ସ ଏବଂ କୋକେନ୍ ଜବତ କରିଥିଲା। ରାତି ୨ଟା ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା। ଜନ୍ମଦିନ ଆଳରେ ଏହି ପାର୍ଟିର ଆୟଜନ କରାଯାଇଥିଲା। ପାର୍ଟିରେ ୭୩ ପୁରୁଷ ଓ ୩୦ ମହିଳା ରହିଥିଲେ। ଏଥିରୁ ୫୯ ଜଣ ପୁରୁଷଙ୍କ ରକ୍ତ ନମୁନା ଡ୍ରଗ୍ସ ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି ୨୭ ମହିଳା ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।