ପ୍ରଥମ ଦିନରେ ୪୫ ମାମଲାର ଶୁଣାଣି...ସିଜେଆଇ ହେବା ପରେ ଆକ୍ସନରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା
ନୂଆଦିଲ୍ଲୀ: ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ସିଜେଆଇ ହେବା ପରେ ପ୍ରଥମ ଦିନରେ ସେ ୪୫ ମୋକଦ୍ଦମାର ଶୁଣାଣି କରିଛନ୍ତି । ରାଷ୍ଟ୍ରପତି ଭବନରେ ସୋମବାର ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ସିଜେଆଇ ସଞ୍ଜୀବ ଖାନ୍ନା ଅପରାହ୍ଣ ସମୟରେ ସୁପ୍ରିମକୋର୍ଟ ସ୍ଥିତ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ ପ୍ରବେଶ କରିଥିଲେ । ପୂର୍ବତନ ଅଟର୍ଣ୍ଣିଂ ଜେନେରାଲ୍ ତଥା ଆଇନଜୀବୀ ମୁକୁଲ ରୋହତଗୀଙ୍କ ସମେତ ବରିଷ୍ଠ ଅଧିକାରୀ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଦିନର କାର୍ଯ୍ୟ ଆରମ୍ଭରେ କହିଥିଲେ ଯେ ପ୍ରଧାନ ବିଚାରପତି ଭାବେ ଆପଣଙ୍କ ସଫଳ କାର୍ଯ୍ୟକାଳର କମାନା କରୁଛି । ରୋହତଗୀ ଶୁକ୍ରବାର କହିଥିଲେ ଯେ ଏକ ଦଶନ୍ଧିରୁ ଅଧିକ ସମୟ ଏବଂ ସିଜେଆଇ ୱାଇକେ ସବରୱାଲ (ଦିବଙ୍ଗତ)ଙ୍କ ପରେ ଶୀର୍ଷ ଅଦାଲତରେ ଦିଲ୍ଲୀ ହାଇକୋର୍ଟରୁ ଜଣେ ସିଜେଆଇ ହେବେ । କୋର୍ଟ ପରିସରରେ ଉପସ୍ଥିତ ଅନ୍ୟ ଆଇନଜୀବୀ ମଧ୍ୟ ସିଜେଆଇ ସଞ୍ଜୀବ ଖାନ୍ନାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ଅପରାହ୍ଣ ପରେ ଜଷ୍ଟିସ ସଞ୍ଜୟ କୁମାରଙ୍କ ସମେତ କୋର୍ଟ ରୁମ୍ ନମ୍ୱର ୧ରେ ଏକତ୍ରିତ ଆଇନଜୀବୀଙ୍କୁ ସିଜେଆଇ ଖାନ୍ନାଙ୍କୁ ଧନ୍ୟବାଦ ଜଣାଇଥିଲେ । ସିଜେଆଇ ପ୍ରଥମ ଦିନରେ ୨.୩୦ ସୁଦ୍ଧା କୋର୍ଟ ରୁମରେ ରହିଥିଲେ ଏବଂ ୪୫ ସୂଚୀବଦ୍ଧ
ନୂଆଦିଲ୍ଲୀ: ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ସିଜେଆଇ ହେବା ପରେ ପ୍ରଥମ ଦିନରେ ସେ ୪୫ ମୋକଦ୍ଦମାର ଶୁଣାଣି କରିଛନ୍ତି । ରାଷ୍ଟ୍ରପତି ଭବନରେ ସୋମବାର ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ସିଜେଆଇ ସଞ୍ଜୀବ ଖାନ୍ନା ଅପରାହ୍ଣ ସମୟରେ ସୁପ୍ରିମକୋର୍ଟ ସ୍ଥିତ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ ପ୍ରବେଶ କରିଥିଲେ । ପୂର୍ବତନ ଅଟର୍ଣ୍ଣିଂ ଜେନେରାଲ୍ ତଥା ଆଇନଜୀବୀ ମୁକୁଲ ରୋହତଗୀଙ୍କ ସମେତ ବରିଷ୍ଠ ଅଧିକାରୀ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।
ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଦିନର କାର୍ଯ୍ୟ ଆରମ୍ଭରେ କହିଥିଲେ ଯେ ପ୍ରଧାନ ବିଚାରପତି ଭାବେ ଆପଣଙ୍କ ସଫଳ କାର୍ଯ୍ୟକାଳର କମାନା କରୁଛି । ରୋହତଗୀ ଶୁକ୍ରବାର କହିଥିଲେ ଯେ ଏକ ଦଶନ୍ଧିରୁ ଅଧିକ ସମୟ ଏବଂ ସିଜେଆଇ ୱାଇକେ ସବରୱାଲ (ଦିବଙ୍ଗତ)ଙ୍କ ପରେ ଶୀର୍ଷ ଅଦାଲତରେ ଦିଲ୍ଲୀ ହାଇକୋର୍ଟରୁ ଜଣେ ସିଜେଆଇ ହେବେ । କୋର୍ଟ ପରିସରରେ ଉପସ୍ଥିତ ଅନ୍ୟ ଆଇନଜୀବୀ ମଧ୍ୟ ସିଜେଆଇ ସଞ୍ଜୀବ ଖାନ୍ନାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଅପରାହ୍ଣ ପରେ ଜଷ୍ଟିସ ସଞ୍ଜୟ କୁମାରଙ୍କ ସମେତ କୋର୍ଟ ରୁମ୍ ନମ୍ୱର ୧ରେ ଏକତ୍ରିତ ଆଇନଜୀବୀଙ୍କୁ ସିଜେଆଇ ଖାନ୍ନାଙ୍କୁ ଧନ୍ୟବାଦ ଜଣାଇଥିଲେ । ସିଜେଆଇ ପ୍ରଥମ ଦିନରେ ୨.୩୦ ସୁଦ୍ଧା କୋର୍ଟ ରୁମରେ ରହିଥିଲେ ଏବଂ ୪୫ ସୂଚୀବଦ୍ଧ ମାମଲାର ଶୁଣାଣି କରିଥିଲେ । ଏଥିରୁ ଅଧିକାଂଶ ମାମଲା ବାଣିଜ୍ୟ ସହ ଜଡ଼ିତ ଥିଲା ।