ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ପୀଡ଼ିତା ମୃତ୍ୟୁ ଘଟଣାରେ ବିଜେଡ଼ିର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ... The post ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ appeared first on .

ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ପୀଡ଼ିତା ମୃତ୍ୟୁ ଘଟଣାରେ ବିଜେଡ଼ିର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ନବୀନ ପଟନାୟକଙ୍କ ଦୃଢ଼ ନିନ୍ଦା। ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ ନବୀନ ପଟନାୟକ।ପୀଡ଼ିତା ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟର ପିଏମଜି ଠାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିଲେ। ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି। ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାର କୁ ବର୍ବରୋଚିତ ବୋଲି ବର୍ଣ୍ଣନା କରିଛନ୍ତି ବିରୋଧୀ ଦଳ ନେତା ନବୀନ। ଏହି ଘଟଣାରେ ବିଜେଡ଼ିର ଅନେକ କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

The post ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ appeared first on .