ବରଗଡ ପୋଲିସକୁ ସଫଳତା , ବ୍ରାଉନସୁଗର କାରବାରରେ ସ୍ବାମୀ ସ୍ତ୍ରୀ ଗିରଫ
ବରଗଡ : ବ୍ରାଉନସୁଗର କାରବାରରେ ସ୍ବାମୀ ସ୍ତ୍ରୀ ଗିରଫ । ବରଗଡ଼ ସହର ସ୍ଥିତ ବେସରକାରୀ ବସଷ୍ଟାଣ୍ଡ ନିକଟରେ ଉଭୟ ପତିପତ୍ନୀଙ୍କୁ କାବୁ କରିଛି ବରଗଡ଼ ଟାଉନ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁରେଖା ପଶ୍ଚିମ କବାଟ । ସମ୍ବଲପୁର ପଟୁ ବରଗଡ଼ ସହରକୁ ବ୍ରାଉନସୁଗର ଆସୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇଥିଲା । ଏନେଇ ବରଗଡ଼ ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଜଗିଥିଲା । ସେହି […] The post ବରଗଡ ପୋଲିସକୁ ସଫଳତା , ବ୍ରାଉନସୁଗର କାରବାରରେ ସ୍ବାମୀ ସ୍ତ୍ରୀ ଗିରଫ appeared first on KNews Odisha.

ବରଗଡ : ବ୍ରାଉନସୁଗର କାରବାରରେ ସ୍ବାମୀ ସ୍ତ୍ରୀ ଗିରଫ । ବରଗଡ଼ ସହର ସ୍ଥିତ ବେସରକାରୀ ବସଷ୍ଟାଣ୍ଡ ନିକଟରେ ଉଭୟ ପତିପତ୍ନୀଙ୍କୁ କାବୁ କରିଛି ବରଗଡ଼ ଟାଉନ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁରେଖା ପଶ୍ଚିମ କବାଟ । ସମ୍ବଲପୁର ପଟୁ ବରଗଡ଼ ସହରକୁ ବ୍ରାଉନସୁଗର ଆସୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇଥିଲା । ଏନେଇ ବରଗଡ଼ ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଜଗିଥିଲା ।
ସେହି ସମୟରେ ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡ ଠାରେ ୭୦ ଗ୍ରାମ ବ୍ରାଉନ ସୁଗର , ନଗଦ ୧ ଲକ୍ଷ ୪ ହଜାର ଟଙ୍କା , ଏସବିଆଇ ପାସବୁକ ଓ ଚେକ୍ ଜବତ କରିବା ସହ ଉଭୟ ପତିପତ୍ନୀ ଙ୍କୁ ଗିରଫ କରିଥିଲା ପୋଲିସ । ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁରେଖା ପଶ୍ଚିମ କବାଟ । ବ୍ରାଉନ ସୁଗର କାରବାରରେ ଗିରଫ ହୋଇଥିବା ଉଭୟ ପତିପତ୍ନୀ ହେଲେ ବରଗଡ଼ ସହର ସ୍ଥିତ ବିଶିପଡ଼ାର ରୋଜି ସୁନା ଏବଂ ସୁକାନ୍ତ ସୁନା ।
Also read :୨୫୮ ଗ୍ରାମର ବ୍ରାଉନସୁଗର ଜବତ , ୨ ଗିରଫ
The post ବରଗଡ ପୋଲିସକୁ ସଫଳତା , ବ୍ରାଉନସୁଗର କାରବାରରେ ସ୍ବାମୀ ସ୍ତ୍ରୀ ଗିରଫ appeared first on KNews Odisha.