ଇମ୍ରାନଙ୍କୁ ୧୦ ବର୍ଷ ଜେଲ୍
ଇସଲାମାବାଦ୍,୩୦।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ ଖାନଙ୍କ ବ୍ୟତୀତ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ସମାନ ବର୍ଷ ଦଣ୍ଡିତ କରାଯାଇଛି। ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ଗଠିତ ସ୍ବତନ୍ତ୍ର କୋର୍ଟ ଉଭୟ ନେତାଙ୍କ […] The post ଇମ୍ରାନଙ୍କୁ ୧୦ ବର୍ଷ ଜେଲ୍ appeared first on Dharitri Odia News.
ଇସଲାମାବାଦ୍,୩୦।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ ଖାନଙ୍କ ବ୍ୟତୀତ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ସମାନ ବର୍ଷ ଦଣ୍ଡିତ କରାଯାଇଛି। ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ଗଠିତ ସ୍ବତନ୍ତ୍ର କୋର୍ଟ ଉଭୟ ନେତାଙ୍କ ବିରୋଧରେ ଏହି ନିଷ୍ପତ୍ତି ଦେଇଛନ୍ତି।
ଆସନ୍ତା ଫେବୃଆରୀ ୮, ୨୦୨୪ରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଅନେକ ଚ୍ୟାଲେଞ୍ଜ ମଧ୍ୟରେ ଇମ୍ରାନ ଖାନଙ୍କ ଦଳକୁ ଝଟ୍କା ଲାଗିଛି। କୌତୁହଳର ବିଷୟ ହେଉଛି ବର୍ତ୍ତମାନ ସମୟରେ ତାଙ୍କର ନିର୍ବାଚନ ପ୍ରତୀକ ମଧ୍ୟ ନାହିଁ।
ଇମ୍ରାନଙ୍କୁ ମେ ୯ରେ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଜେଲରେ ଅଛନ୍ତି।
The post ଇମ୍ରାନଙ୍କୁ ୧୦ ବର୍ଷ ଜେଲ୍ appeared first on Dharitri Odia News.