୨୬ରୁ ଆୟୋଜିତ ହେବ ଦ୍ୱିତୀୟ ବାରବାଟୀ ଶିଶିର ମେଳା, ମେଳାରେ ମହିଳା ଉଦ୍ୟୋଗୀଙ୍କୁ ପ୍ରାଥମିକତା

କଟକ: ଆସନ୍ତା ୨୬ ତାରିଖରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ବାରବାଟୀ ଶିଶିର ମେଳା। ମେଳାରେ ୩୫୦ଟି ଷ୍ଟଲ କରାଯିବ। ଏଥିରୁ ୧୦୦ଟି ଷ୍ଟଲ ଉତ୍କଳିକା ପକ୍ଷରୁ କରାଯାଉଛି। ତେବେ ଚଳିତ ଥର ମେଳାରେ ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି । ସେହିଭଳି ମେଳାରେ ଘରକରଣା ସାମଗ୍ରୀ, ବିଭିନ୍ନ ପ୍ରକାର ପୋଷାକ, ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ ବିକ୍ରି ହେବ। ଆହୁରି ମଧ୍ୟ ମେଳାରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଅଗ୍ରଣୀ ମସଲା କମ୍ପାନି ଭାରତ ମସଲା ଏହି ମେଳାର ମୁଖ୍ୟ ପ୍ରୟୋଜକ ରହିଛି। ମେଳାରେ କମ୍ପାନିର ସ୍ୱତନ୍ତ୍ର ମସଲା ଷ୍ଟଲ କରିବ ବୋଲି କମିଟି ପକ୍ଷରୁ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କହିଛନ୍ତି। ଆହୁରି ପଢ଼ନ୍ତୁ: ପୁରୀ କେନେଲ୍ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଛି ନିଆରା ଡଗ୍ ଶୋ,ସଚେତନତା ମୁଖ୍ୟ ଉଦ୍ଦେଶ୍ୟ The post ୨୬ରୁ ଆୟୋଜିତ ହେବ ଦ୍ୱିତୀୟ ବାରବାଟୀ ଶିଶିର ମେଳା, ମେଳାରେ ମହିଳା ଉଦ୍ୟୋଗୀଙ୍କୁ ପ୍ରାଥମିକତା appeared first on Prameya News7.

୨୬ରୁ ଆୟୋଜିତ ହେବ ଦ୍ୱିତୀୟ ବାରବାଟୀ ଶିଶିର ମେଳା, ମେଳାରେ ମହିଳା ଉଦ୍ୟୋଗୀଙ୍କୁ ପ୍ରାଥମିକତା

କଟକ: ଆସନ୍ତା ୨୬ ତାରିଖରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ବାରବାଟୀ ଶିଶିର ମେଳା। ମେଳାରେ ୩୫୦ଟି ଷ୍ଟଲ କରାଯିବ। ଏଥିରୁ ୧୦୦ଟି ଷ୍ଟଲ ଉତ୍କଳିକା ପକ୍ଷରୁ କରାଯାଉଛି। ତେବେ ଚଳିତ ଥର ମେଳାରେ ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି ।

ସେହିଭଳି ମେଳାରେ ଘରକରଣା ସାମଗ୍ରୀ, ବିଭିନ୍ନ ପ୍ରକାର ପୋଷାକ, ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ ବିକ୍ରି ହେବ। ଆହୁରି ମଧ୍ୟ ମେଳାରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଅଗ୍ରଣୀ ମସଲା କମ୍ପାନି ଭାରତ ମସଲା ଏହି ମେଳାର ମୁଖ୍ୟ ପ୍ରୟୋଜକ ରହିଛି। ମେଳାରେ କମ୍ପାନିର ସ୍ୱତନ୍ତ୍ର ମସଲା ଷ୍ଟଲ କରିବ ବୋଲି କମିଟି ପକ୍ଷରୁ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ କେନେଲ୍ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଛି ନିଆରା ଡଗ୍ ଶୋ,ସଚେତନତା ମୁଖ୍ୟ ଉଦ୍ଦେଶ୍ୟ

The post ୨୬ରୁ ଆୟୋଜିତ ହେବ ଦ୍ୱିତୀୟ ବାରବାଟୀ ଶିଶିର ମେଳା, ମେଳାରେ ମହିଳା ଉଦ୍ୟୋଗୀଙ୍କୁ ପ୍ରାଥମିକତା appeared first on Prameya News7.