ବର୍ତ୍ତିବେନି ବଡବଡିଆ, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର

ସମ୍ୱଲପୁର ୧୭/୦୭: ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ-ମନ୍ତ୍ରୀ । 'ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ ବଡ଼ିଆଙ୍କ ଭଙ୍ଗାହେବ । '୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ । 'ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତ କରି ଗୁଡେଶ୍ୱର ବାବା ମନ୍ଦିର ରାସ୍ତାରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଛନ୍ତି । ଏହା ସହ ନିଜେ ଗଛ ଲଗାଇ ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି । ସାଢେ ଚାରି କୋଟି ଓଡିଆ ଯଦି ଗୋଟେ ଗୋଟେ ଗଛ ଲଗାଇବେ ତେବେ ଓଡିଶାରେ ଏକା ସାଙ୍ଗରେ ସାଢେ ୪କୋଟି ଗଛ ଲାଗି ପାରିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ତେବେ ଏହି ଅବସରରେ ଜବରଦଖଲକାରୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି । ଘରଟିଏ ପାଇଁ ଝୋପଡି କରି ୪ ଡିସମିଲ ଜମି ରଖିଥିବା ଗରିବ ଅପେକ୍ଷା ଏଥର ପ୍ରଭାବଶାଳୀଙ୍କ ଜବରଦଖଲ ଉଚ୍ଥେଦ କରାଯିବ ବୋଲି ସୁରେଶ କହିଛନ୍ତି । ଏହା ସହ ପ୍ରଭାବଶାଳୀ ଯେଉଁ ଜଙ୍ଗଲ, ଜମି ଓ ଜଳ ମାଡି ବସିଛନ୍ତି ତାହା ଉଚ୍ଛେଦ ହେବ ବୋଲି ସେ କହିଛନ୍ତି । ଏହା ସହ ବେଆଇନ ଆଶ୍ ଡମ୍ପିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆ

ବର୍ତ୍ତିବେନି ବଡବଡିଆ, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର

ସମ୍ୱଲପୁର ୧୭/୦୭: ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ-ମନ୍ତ୍ରୀ । 'ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ ବଡ଼ିଆଙ୍କ ଭଙ୍ଗାହେବ । '୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ । 

'ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ । 

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତ କରି ଗୁଡେଶ୍ୱର ବାବା ମନ୍ଦିର ରାସ୍ତାରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଛନ୍ତି । ଏହା ସହ ନିଜେ ଗଛ ଲଗାଇ ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି । ସାଢେ ଚାରି କୋଟି ଓଡିଆ ଯଦି ଗୋଟେ ଗୋଟେ ଗଛ ଲଗାଇବେ ତେବେ ଓଡିଶାରେ ଏକା ସାଙ୍ଗରେ ସାଢେ ୪କୋଟି ଗଛ ଲାଗି ପାରିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ତେବେ ଏହି ଅବସରରେ ଜବରଦଖଲକାରୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି । 


ଘରଟିଏ ପାଇଁ ଝୋପଡି କରି ୪ ଡିସମିଲ ଜମି ରଖିଥିବା ଗରିବ ଅପେକ୍ଷା ଏଥର ପ୍ରଭାବଶାଳୀଙ୍କ ଜବରଦଖଲ ଉଚ୍ଥେଦ କରାଯିବ ବୋଲି ସୁରେଶ କହିଛନ୍ତି । ଏହା ସହ ପ୍ରଭାବଶାଳୀ ଯେଉଁ ଜଙ୍ଗଲ, ଜମି ଓ ଜଳ ମାଡି ବସିଛନ୍ତି ତାହା ଉଚ୍ଛେଦ ହେବ ବୋଲି ସେ କହିଛନ୍ତି । ଏହା ସହ ବେଆଇନ ଆଶ୍ ଡମ୍ପିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ମନ୍ତ୍ରୀ କହିଛନ୍ତି । ଯେଉଁ ଶିଳ୍ପାନୁଷ୍ଠାନ ଜାଗା ଜମି ମାଡିବସିଛନ୍ତି ତାହା ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁରେଶ କହିଛନ୍ତି ।