Exit Poll ମଧ୍ୟରେ ହେମନ୍ତ ସୋରେନଙ୍କ ବଡ଼ ବୟାନ, କହିଲେ- JMM ଓ ଇଣ୍ଡିଆ ମେଣ୍ଟର ହେବ ବିଜୟ

ରାଞ୍ଚୀ ୨୦।୧୧: ଏଗଜିଟ୍ ପୋଲ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର କହିଛନ୍ତି ଯେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ ଇଣ୍ଡିଆ ମେଣ୍ଟର ସରକାର ହେବ। ଭୋଟଗ୍ରହଣ ପରେ ସେ ଟ୍ୱିଟ୍ କରି କହିଛନ୍ତି ଯେ ଝାଡ଼ଖଣ୍ଡ ନିର୍ବାଚନରେ ଜେଏମଏମ ଓ ଇଣ୍ଡିଆ ମେଣ୍ଟକୁ ଜନତାଙ୍କ ଆଶିର୍ବାଦ ମିଳିବ। ଉଲ୍ଲେଖଯୋଗ୍ୟ ଯେ ଝାଡଖଣ୍ଡର ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। ନିର୍ବାଚନ ଆୟୋଗ (ଇସି)ଙ୍କ ତଥ୍ୟ ଅନୁସାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ପ୍ରତିଶତ ୨୦୧୯ ତୁଳନାରେ ଅଧିକ ଥିଲା। ମହିଳାମାନେ ଉତ୍ସାହର ସହ ଘରୁ ଗୋଡକାଢି ଭୋଟ ଦେଇଛନ୍ତି। ମତଦାନ କାଳରେ ହେମନ୍ତ ସୋରେନ ଟ୍ୱିଟ୍ କରି ଝାଡ଼ଖଣ୍ଡର ପବିତ୍ର ମାଟିରେ ଗଣତନ୍ତ୍ରର ଏହି ମହାପର୍ବକୁ ଅଭୂତପୂର୍ବ କହିଛନ୍ତି ।  ସେ କହିଛନ୍ତି ଯେ ଉଭୟ ପର୍ଯ୍ୟାୟରେ ଝାଡ଼ଖଣ୍ଡର ଜନତା ନିଜର ଆଶା ଓ ଆକାଙକ୍ଷାକୁ ଭୋଟ ମାଧ୍ୟମରେ ଅଭିବ୍ୟକ୍ତ କରିଛନ୍ତି। ଏହା କେବଳ ଏକ ନିର୍ବାଚନ ନୁହେଁ ବରଂ ଏକ ନୂଆ, ସମୃଦ୍ଧ ଓ ସଶକ୍ତ ଝାଡ଼ଖଣ୍ଡ ନିର୍ମାଣର ସଂକଳ୍ପ। शानदार!झारखण्ड की पावन धरती पर लोकतंत्र का यह महापर्व अद्भुत रहा। दोनों चरणों में राज्य की जनता ने अपनी आकांक्षाओं और आशाओं को मतदान के माध्यम से अभिव्यक्त किया है। यह केवल एक चुनाव नहीं, बल्कि एक नए, समृद्ध और सशक्त झारखण्ड के निर्म

Exit Poll ମଧ୍ୟରେ ହେମନ୍ତ ସୋରେନଙ୍କ ବଡ଼ ବୟାନ, କହିଲେ- JMM ଓ ଇଣ୍ଡିଆ ମେଣ୍ଟର ହେବ ବିଜୟ

ରାଞ୍ଚୀ ୨୦।୧୧: ଏଗଜିଟ୍ ପୋଲ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର କହିଛନ୍ତି ଯେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ ଇଣ୍ଡିଆ ମେଣ୍ଟର ସରକାର ହେବ। ଭୋଟଗ୍ରହଣ ପରେ ସେ ଟ୍ୱିଟ୍ କରି କହିଛନ୍ତି ଯେ ଝାଡ଼ଖଣ୍ଡ ନିର୍ବାଚନରେ ଜେଏମଏମ ଓ ଇଣ୍ଡିଆ ମେଣ୍ଟକୁ ଜନତାଙ୍କ ଆଶିର୍ବାଦ ମିଳିବ। ଉଲ୍ଲେଖଯୋଗ୍ୟ ଯେ ଝାଡଖଣ୍ଡର ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। 

ନିର୍ବାଚନ ଆୟୋଗ (ଇସି)ଙ୍କ ତଥ୍ୟ ଅନୁସାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ପ୍ରତିଶତ ୨୦୧୯ ତୁଳନାରେ ଅଧିକ ଥିଲା। ମହିଳାମାନେ ଉତ୍ସାହର ସହ ଘରୁ ଗୋଡକାଢି ଭୋଟ ଦେଇଛନ୍ତି। ମତଦାନ କାଳରେ ହେମନ୍ତ ସୋରେନ ଟ୍ୱିଟ୍ କରି ଝାଡ଼ଖଣ୍ଡର ପବିତ୍ର ମାଟିରେ ଗଣତନ୍ତ୍ରର ଏହି ମହାପର୍ବକୁ ଅଭୂତପୂର୍ବ କହିଛନ୍ତି ।  ସେ କହିଛନ୍ତି ଯେ ଉଭୟ ପର୍ଯ୍ୟାୟରେ ଝାଡ଼ଖଣ୍ଡର ଜନତା ନିଜର ଆଶା ଓ ଆକାଙକ୍ଷାକୁ ଭୋଟ ମାଧ୍ୟମରେ ଅଭିବ୍ୟକ୍ତ କରିଛନ୍ତି। ଏହା କେବଳ ଏକ ନିର୍ବାଚନ ନୁହେଁ ବରଂ ଏକ ନୂଆ, ସମୃଦ୍ଧ ଓ ସଶକ୍ତ ଝାଡ଼ଖଣ୍ଡ ନିର୍ମାଣର ସଂକଳ୍ପ। 


ହେମନ୍ତ ସୋରେନ ଲେଖିଛନ୍ତି ଯେ ବୟଷ୍କ, ମହିଳା, ଯୁବ, ଶ୍ରମିକ ଓ ଚାଷୀ ସମସ୍ତେ ଉତ୍ସାହର ସହିତ ଗଣତନ୍ତ୍ରର ଏହି ମହାପର୍ବରେ ଆଶିର୍ବାଦ ଦେଇଛନ୍ତି। ହେମନ୍ତ ଲେଖିଛନ୍ତି ଯେ ଖାସ କରି ରାଜ୍ୟର ଅଧା ଜନସଂଖ୍ୟା ଆମର ମା ମାନେ ନିଜର ହକ୍, ଅଧିକାର, ମାନ ଓ ସମ୍ମାନ ପାଇଁ ଐତିହାସିକ ରୂପେ ଜେଏମଏମ ଓ ଇଣ୍ଡିଆ ମେଣ୍ଟକୁ ନିଜର ଅସୀମ ଆଶିର୍ବାଦ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ସଂକଳ୍ପ କରୁଛି ଆମର ବୀର ଶହିଦଙ୍କ ବଳିଦାନକୁ ଆମେ ସାକାର କରିବୁ। 


ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ସରକାର ରହିଛି। ନିର୍ବାଚନରେ ଏନଡିଏ ମେଣ୍ଟ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ରାଜ୍ୟରେ ଜେଏମଏମ ସରକାରକୁ ହରାଇବା ପାଇଁ ପାଇଁ ବିଜେପି ଝାଡ଼ଖଣ୍ଡରେ ନିଜର ପୁରା ସାମର୍ଥ୍ୟ ଲଗାଇ ଦେଇଛି।