ଚମକିଲେ ଜୁନିଅର୍ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍
ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍ କୁଚ୍ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର ଆର୍ଯ୍ୟବୀର ମେଘାଳୟ ବିପକ୍ଷ ମ୍ୟାଚରେ ୨୦୦ ରନ (୨୨୯ ବଲ୍) କରି ଅପରାଜିତ ରହିଛନ୍ତି। ଅର୍ନଭ ବୁଗାଙ୍କ ସହ ବ୍ୟାଟିଂ ଓପନ କରିବାକୁ ଯାଇ ଆର୍ଯ୍ୟବୀର ୩୪ ଚୌକା ଓ ୨ ଛକା ଲଗାଇଥିଲେ। ବୁଗା ୧୦୮ ବଲ୍ରୁ ଆକର୍ଷଣୀୟ ୧୧୪ ରନ୍ କରିଥିଲେ। ମ୍ୟାଚରେ ମେଘାଳୟ ପ୍ରଥମେ ବ୍ୟାଟିଂ […] The post ଚମକିଲେ ଜୁନିଅର୍ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍ appeared first on Dharitri Odia News.
ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍ କୁଚ୍ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର ଆର୍ଯ୍ୟବୀର ମେଘାଳୟ ବିପକ୍ଷ ମ୍ୟାଚରେ ୨୦୦ ରନ (୨୨୯ ବଲ୍) କରି ଅପରାଜିତ ରହିଛନ୍ତି। ଅର୍ନଭ ବୁଗାଙ୍କ ସହ ବ୍ୟାଟିଂ ଓପନ କରିବାକୁ ଯାଇ ଆର୍ଯ୍ୟବୀର ୩୪ ଚୌକା ଓ ୨ ଛକା ଲଗାଇଥିଲେ। ବୁଗା ୧୦୮ ବଲ୍ରୁ ଆକର୍ଷଣୀୟ ୧୧୪ ରନ୍ କରିଥିଲେ। ମ୍ୟାଚରେ ମେଘାଳୟ ପ୍ରଥମେ ବ୍ୟାଟିଂ କରି ୨୬୦ରନ କରିଥିଲା। ଜବାବରେ ଦିଲ୍ଲୀ ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ୮୧ ଓଭରରେ ଦୁଇ ଉଇକେଟ ବିନିମୟରେ ୪୬୮ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଆର୍ଯ୍ୟବୀରଙ୍କ ସହ ଧନ୍ୟ ନାକରା ୯୮ ରନ କରି ଅପରାଜିତ ରହିଥିଲେ। ସୂଚନାଯୋଗ୍ୟ, କୁଚ୍ ବିହାର ଟ୍ରଫି ହେଉଛି ୧୯ ବର୍ଷରୁ କମ୍ ବର୍ଗରେ ଭାରତର ପ୍ରମୁଖ ମଲ୍ଟି ଡେ’ ଇଭେଣ୍ଟ।
The post ଚମକିଲେ ଜୁନିଅର୍ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍ appeared first on Dharitri Odia News.