ଭିନେଶ ଡିସ୍‌କ୍ୱାଲିଫାଏଡ ହେବା ପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଏମାନେ କରିଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଡିସ୍‌କ୍ୱାଲିଫାଏଡ ଉପରେ ପରିବାରର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫେଡେରେଶନ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଭିନେଶଙ୍କ ପରିବାର। ଭିନେଶ ଫୋଗଟଙ୍କୁ ଶ୍ୱଶୁର ରାଜପାଲ ରାଠୀ କହିଛନ୍ତି , ୧୦୦ ଗ୍ରାମ ଓଜନ କେତେ ଅଧିକ। ମୁଣ୍ଡରେ ଥିବା କେଶ ମଧ୍ୟ ଓଜନ ୧୦୦ ଗ୍ରାମ ବଢାଇଥାଏ। ଏହା ବ୍ୟତୀତ ସେ ସରକାର ଏବଂ ଭାରତୀୟ ରେସଲିଂ ଫେଡେରେଶନର […] The post ଭିନେଶ ଡିସ୍‌କ୍ୱାଲିଫାଏଡ ହେବା ପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଏମାନେ କରିଛନ୍ତି ଷଡଯନ୍ତ୍ର appeared first on Dharitri Odia News.

ଭିନେଶ ଡିସ୍‌କ୍ୱାଲିଫାଏଡ ହେବା ପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଏମାନେ କରିଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଡିସ୍‌କ୍ୱାଲିଫାଏଡ ଉପରେ ପରିବାରର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫେଡେରେଶନ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଭିନେଶଙ୍କ ପରିବାର।

ଭିନେଶ ଫୋଗଟଙ୍କୁ ଶ୍ୱଶୁର ରାଜପାଲ ରାଠୀ କହିଛନ୍ତି , ୧୦୦ ଗ୍ରାମ ଓଜନ କେତେ ଅଧିକ। ମୁଣ୍ଡରେ ଥିବା କେଶ ମଧ୍ୟ ଓଜନ ୧୦୦ ଗ୍ରାମ ବଢାଇଥାଏ। ଏହା ବ୍ୟତୀତ ସେ ସରକାର ଏବଂ ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏଥିରେ ସରକାର ଏବଂ ବ୍ରିଜ ଭୂଷଣ ଶରଣ ସିଂଙ୍କ ହାତ ରହିଛି।

ରାଜପାଲ କହିଛନ୍ତି, ଏହା ଏକ ହୃଦୟ ବିଦାରକ ଖବର ହେଲେ ଏଠି ରାଜନୀତି କରାଯାଉଛି। ଏହା ଏକ ଷଡଯନ୍ତ୍ର। ସରକାରଙ୍କ ଏଥିରେ ହାତ ରହିଛି। ୧୦୦ ଗ୍ରାମ ଓଜନ ହେତୁ କିଏ ବାହାର କରେ? କ୍ରୀଡା ଦଳ କୌଣସି ପ୍ରକାର ସାହାଯ୍ୟ କରିନଥିଲେ।

The post ଭିନେଶ ଡିସ୍‌କ୍ୱାଲିଫାଏଡ ହେବା ପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଏମାନେ କରିଛନ୍ତି ଷଡଯନ୍ତ୍ର appeared first on Dharitri Odia News.