ଅନ୍ତ୍ୟୋଦୟ କାର୍ଡରେ ଜାଲିଆତି

ଭୁବନେଶ୍ୱର,୩୧ା୧୦(ଅନିଲ ଦାସ): ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏଓ୍ବାଇ)ରେ ଜାଲିଆତି ହେଉଛି। ବହୁ ଅଯୋଗ୍ୟ ବ୍ୟକ୍ତି ମାସକୁ ୩୫ କିଲୋ ଚାଉଳ ନେଉଛନ୍ତି। ରାଜ୍ୟରେ ପ୍ରାୟ ୧ ଲକ୍ଷ ହିତାଧିକାରୀ ଏଭଳି କାର୍ଡ ହାତେଇ ମାଗଣାରେ ଚାଉଳ ନେଉଛନ୍ତି। ଆର୍ଥିକ ଅବସ୍ଥା ଭଲ ଥାଇ ମଧ୍ୟ ଗୋଟିଏ ଘରୁ ୩ ଜଣ ଅନ୍ତ୍ୟୋଦୟ କାର୍ଡ ହାତେଇଛନ୍ତି। ପୂର୍ବ ସରକାର ସମୟରେ ଦଳୀୟ ଭିତ୍ତିରେ ଏହି କାର୍ଡ ବଣ୍ଟାଯାଇଛି। ସେସବୁର କ୍ଷେତ୍ର ସ୍ତରରେ ଯାଞ୍ଚ ହେବ ବୋଲି ଖାଦ୍ୟ ଯୋଗାଣ […] The post ଅନ୍ତ୍ୟୋଦୟ କାର୍ଡରେ ଜାଲିଆତି appeared first on Dharitri Odia News.

ଅନ୍ତ୍ୟୋଦୟ କାର୍ଡରେ ଜାଲିଆତି

ଭୁବନେଶ୍ୱର,୩୧ା୧୦(ଅନିଲ ଦାସ): ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏଓ୍ବାଇ)ରେ ଜାଲିଆତି ହେଉଛି। ବହୁ ଅଯୋଗ୍ୟ ବ୍ୟକ୍ତି ମାସକୁ ୩୫ କିଲୋ ଚାଉଳ ନେଉଛନ୍ତି। ରାଜ୍ୟରେ ପ୍ରାୟ ୧ ଲକ୍ଷ ହିତାଧିକାରୀ ଏଭଳି କାର୍ଡ ହାତେଇ ମାଗଣାରେ ଚାଉଳ ନେଉଛନ୍ତି। ଆର୍ଥିକ ଅବସ୍ଥା ଭଲ ଥାଇ ମଧ୍ୟ ଗୋଟିଏ ଘରୁ ୩ ଜଣ ଅନ୍ତ୍ୟୋଦୟ କାର୍ଡ ହାତେଇଛନ୍ତି। ପୂର୍ବ ସରକାର ସମୟରେ ଦଳୀୟ ଭିତ୍ତିରେ ଏହି କାର୍ଡ ବଣ୍ଟାଯାଇଛି। ସେସବୁର କ୍ଷେତ୍ର ସ୍ତରରେ ଯାଞ୍ଚ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଥିସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ମଧ୍ୟ ଅନେକ ଅଯୋଗ୍ୟ ବ୍ୟକ୍ତି ରାଶନ କାର୍ଡ ହାତେଇଛନ୍ତି। ସେମାନଙ୍କୁ ମଧ୍ୟ ଚିହ୍ନଟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ନୂଆ ରାଶନ କାର୍ଡ ପାଇବା ପାଇଁ ୧୦ ଲକ୍ଷ ଲୋକ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ସେମାନଙ୍କ ଆବେଦନପତ୍ର ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ବଣ୍ଟନ କରାଯିବ। ନଭେମ୍ବରରୁ ନୂଆ ରାଶନ କାର୍ଡ ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏବେ ଇ-କଓ୍ବୋଇସି ପ୍ରକ୍ରିୟା ଚାଲିଛି। ଏହା ଶେଷ ହେବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ। ଡିଲର ପଏଣ୍ଟରେ ମଧ୍ୟ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍‌ ଚାଲିଛି। ନଁା ଓ ଆଧାର ନମ୍ବର ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ ନିଆଯାଉଛି। ପରିବାରର ସମସ୍ତ ସଦସ୍ୟ ଯେଉଁମାନଙ୍କ ନଁାରେ ରାଶନ ମିଳୁଛି, ସମସ୍ତଙ୍କର ଯାଞ୍ଚ ହେଉଛି। ଇ-କେୱାଇସି ଜରିଆରେ ଡିଲର ଅପଡେଟ୍‌ କରୁଛନ୍ତି। ନଁା ନ ଥାଇ କିଏ ରାଶନ ନେଉଛନ୍ତି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ମଧ୍ୟ ରାଶନ କାର୍ଡରୁ ନଁା କଟିନି। ଏପରି ୧୬ ଲକ୍ଷ ନକଲି କାର୍ଡ ଏବେ ସୁଦ୍ଧା ଠାବ କରାଯାଇ ପାରିଛି। ଯାଞ୍ଚ ପରେ ଆହୁରି ବାହାରିବା ସମ୍ଭାବନା ରହିଛି। ହଜାର ହଜାର ବଡ଼ବଡ଼ିଆ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଉଠାଉଛନ୍ତି। ସେ ସବୁର ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି।

The post ଅନ୍ତ୍ୟୋଦୟ କାର୍ଡରେ ଜାଲିଆତି appeared first on Dharitri Odia News.