ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ

ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩ ଗୋଷ୍ଠୀ ପୃଥକ୍‌ ଭାବେ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି। ପ୍ରଥମେ ବଡ଼ଚଣାର ପୂର୍ବତନ ବିଧାୟକ ତଥା ଦଳର ଉପସଭାପତି ଅମର ପ୍ରସାଦ ଶତପଥୀ ସମର୍ଥକଙ୍କ ସହ ଯାଇ ବୈରୀ ରେଳ ଷ୍ଟେଶନ ନିକଟରେ ଥିବା ମହାତ୍ମା ଗାନ୍ଧୀ,ଚମ୍ପାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିଭଳି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ […] The post ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ appeared first on Dharitri Odia News.

ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ

ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩ ଗୋଷ୍ଠୀ ପୃଥକ୍‌ ଭାବେ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି। ପ୍ରଥମେ ବଡ଼ଚଣାର ପୂର୍ବତନ ବିଧାୟକ ତଥା ଦଳର ଉପସଭାପତି ଅମର ପ୍ରସାଦ ଶତପଥୀ ସମର୍ଥକଙ୍କ ସହ ଯାଇ ବୈରୀ ରେଳ ଷ୍ଟେଶନ ନିକଟରେ ଥିବା ମହାତ୍ମା ଗାନ୍ଧୀ,ଚମ୍ପାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିଭଳି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ବୈରୀ, ଚମ୍ପାପୁର ଏବଂ ବନ୍ଦାଳଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି। ଏହାପରେ ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବୈରୀଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାକୁ ନେଇ ବଡ଼ଚଣା ବିଜେଡି ରାଜନୀତି ସରଗରମ ହୋଇଛି।

The post ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ appeared first on Dharitri Odia News.