ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି

କୁଆଁରମୁଣ୍ଡା,୨୬।୧(ମହେନ୍ଦ୍ର କୁମାର ସାହୁ): ୭୫ ତମ ସାଧାରତନ୍ତ୍ର ଦିବସ ଅବସରରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏହାର ଝଲକ ଦେଖିବାକୁ ମିଳିଛି ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୁରୁଣାପାଣିରେ। ୪ ଥରର କୁଆଁରମୁଣ୍ଡା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର ନନ୍ଦ ତାଙ୍କର ପୁରୁଣା ଦଳ ଛାଡ଼ି ଶୁକ୍ରବାର ଆନୁଷ୍ଠାନିକ ଭାବେ ଭାଜପାର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି। ତାଙ୍କ ସହ କୁଆଁରମୁଣ୍ଡା ବ୍ଲକର୨୨ରୁ ଊର୍ଦ୍ଧ୍ବ ଯୁବଗୋଷ୍ଠୀଙ୍କୁ  ମଧ୍ୟ ଜୟଶଙ୍କର ଭାଜପାରେ ମିଶାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […] The post ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି appeared first on Dharitri Odia News.

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି

କୁଆଁରମୁଣ୍ଡା,୨୬।୧(ମହେନ୍ଦ୍ର କୁମାର ସାହୁ): ୭୫ ତମ ସାଧାରତନ୍ତ୍ର ଦିବସ ଅବସରରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏହାର ଝଲକ ଦେଖିବାକୁ ମିଳିଛି ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୁରୁଣାପାଣିରେ। ୪ ଥରର କୁଆଁରମୁଣ୍ଡା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର ନନ୍ଦ ତାଙ୍କର ପୁରୁଣା ଦଳ ଛାଡ଼ି ଶୁକ୍ରବାର ଆନୁଷ୍ଠାନିକ ଭାବେ ଭାଜପାର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି। ତାଙ୍କ ସହ କୁଆଁରମୁଣ୍ଡା ବ୍ଲକର୨୨ରୁ ଊର୍ଦ୍ଧ୍ବ ଯୁବଗୋଷ୍ଠୀଙ୍କୁ  ମଧ୍ୟ ଜୟଶଙ୍କର ଭାଜପାରେ ମିଶାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭାଜପାର ନୀତି, ଆଦର୍ଶ ତାଙ୍କୁ ଭାଜପା ପ୍ରତି ଆକର୍ଷିତ କରିଛି ବୋଲି ଜୟଶଙ୍କର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ମିଶ୍ରଣପର୍ବ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତ୍ରୀ ଲତିକା ପଟ୍ଟନାୟକ, ଭାଜପା ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ପ୍ରଭାରୀ ଦୋଳଗୋବିନ୍ଦ ଦାସ, ବରିଷ୍ଠ ନେତା ଲାଲୁ ସିଂଦେଓ,  ରିନା ମେହେର ପ୍ରମୁଖଙ୍କ ସହ ବହୁ ଦଳୀୟ ପଦାଧିକାରୀ ଏଥିରେ ଉପସ୍ଥିତ ଥିଲେ।

 

 

 

The post ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି appeared first on Dharitri Odia News.