ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି

ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବରଗଡ଼ ଟ୍ରଷ୍ଟଫଣ୍ଡ୍‌ କଲେଜରେ ଯୁକ୍ତତିନି ବିଜ୍ଞାନର ଦ୍ୱିତୀୟବର୍ଷ ଛାତ୍ରଭାବେ ରହିଛନ୍ତି। ମା ସୁଭଦ୍ରା, ବାପା ହୀରାଧରଙ୍କ ପୁଅ ଜୟନ୍ତ ପିଲାବେଳୁ କବାଡ଼ି ପ୍ରତି ଆଗ୍ରହ ରଖିଥିବାବେଳେ ଭଲିବଲ, କ୍ରିକେଟ ଏବଂ ବ୍ୟାଡ଼ମିଣ୍ଟନ ପ୍ରତି ମ ତାଙ୍କ ରୁଚି ରହିଛି। ତେବେ ସେ ରବିବାରରୁ କଟକ ଇନଡ଼ୋର […] The post ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି appeared first on Dharitri Odia News.

ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି

ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବରଗଡ଼ ଟ୍ରଷ୍ଟଫଣ୍ଡ୍‌ କଲେଜରେ ଯୁକ୍ତତିନି ବିଜ୍ଞାନର ଦ୍ୱିତୀୟବର୍ଷ ଛାତ୍ରଭାବେ ରହିଛନ୍ତି। ମା ସୁଭଦ୍ରା, ବାପା ହୀରାଧରଙ୍କ ପୁଅ ଜୟନ୍ତ ପିଲାବେଳୁ କବାଡ଼ି ପ୍ରତି ଆଗ୍ରହ ରଖିଥିବାବେଳେ ଭଲିବଲ, କ୍ରିକେଟ ଏବଂ ବ୍ୟାଡ଼ମିଣ୍ଟନ ପ୍ରତି ମ ତାଙ୍କ ରୁଚି ରହିଛି। ତେବେ ସେ ରବିବାରରୁ କଟକ ଇନଡ଼ୋର ଷ୍ଟାଡ଼ିୟମରେ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଶନିବାର ଗ୍ରାମରୁ କଟକ ଅଭିମୁଖେ ବାହାରିଛନ୍ତି। ଜୟନ୍ତଙ୍କ ଶୁଭେଚ୍ଛା କାମନା ସହିତ ଗ୍ରାମବାସୀ ତଥା ବିଭିନ୍ନ କ୍ରୀଡ଼ା ସଂଗଠନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

The post ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି appeared first on Dharitri Odia News.