ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୨ା୬(ଦୁର୍ଯ୍ୟୋଧନ ପାତ୍ର ): ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ ବିରୋଧୀ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୋଟ୍‌ ଶେଷ ହେବା ମାତ୍ରେ ବିଭିନ୍ନ ଏଜେନ୍ସି ଏବଂ ଚ୍ୟାନେଲରୁ ଏକ୍‌ଜିଟ୍‌ ପୋଲ୍‌ ଆସିଲା। ଉତ୍ତରପ୍ରଦେଶରେ ପ୍ରାୟ ସବୁ ସ୍ଥାନରେ ଏନ୍‌ଡିଏ ଆଗୁଆ ରହିଛି ବୋଲି ପୂର୍ବାନୁମାନ କରାଯାଇଛି। ଯେଉଁଠାରେ ବିରୋଧୀ ଇଣ୍ଡିଆ ମେଣ୍ଟ ବହୁ ପଛରେ ଥିବା ଜଣାପଡ଼ିଛି। ଏହା ଉପରେ ଅଖିଳେଶ ଯାଦବ କହିଛନ୍ତି, ‘ଏକ୍‌ଜିଟ୍‌ ପୋଲର କ୍ରମାନୁସାରେ ବୁଝନ୍ତୁ, […] The post ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ… appeared first on Dharitri Odia News.

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୨ା୬(ଦୁର୍ଯ୍ୟୋଧନ ପାତ୍ର ): ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ ବିରୋଧୀ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୋଟ୍‌ ଶେଷ ହେବା ମାତ୍ରେ ବିଭିନ୍ନ ଏଜେନ୍ସି ଏବଂ ଚ୍ୟାନେଲରୁ ଏକ୍‌ଜିଟ୍‌ ପୋଲ୍‌ ଆସିଲା। ଉତ୍ତରପ୍ରଦେଶରେ ପ୍ରାୟ ସବୁ ସ୍ଥାନରେ ଏନ୍‌ଡିଏ ଆଗୁଆ ରହିଛି ବୋଲି ପୂର୍ବାନୁମାନ କରାଯାଇଛି। ଯେଉଁଠାରେ ବିରୋଧୀ ଇଣ୍ଡିଆ ମେଣ୍ଟ ବହୁ ପଛରେ ଥିବା ଜଣାପଡ଼ିଛି।

ଏହା ଉପରେ ଅଖିଳେଶ ଯାଦବ କହିଛନ୍ତି, ‘ଏକ୍‌ଜିଟ୍‌ ପୋଲର କ୍ରମାନୁସାରେ ବୁଝନ୍ତୁ, ବିରୋଧୀ ଘୋଷଣା କରିସାରିଛନ୍ତି ଯେ, ଭାଜପା ଗଣମାଧ୍ୟମ ଭାଜପାକୁ ୩୦୦ରୁ ଅଧିକ ଦେଖାଇବ। ଆଜିର ଭାଜପା ଏକ୍‌ଜିଟ୍‌ ପୋଲ୍‌ ଅନେକ ମାସ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଏବଂ ଆଜି ଚ୍ୟାନେଲଗୁଡ଼ିକରେ ଦେଖଉଛି। ଏହି ଏକ୍‌ଜିଟ ପୋଲ୍‌ ମାଧ୍ୟମରେ ଜନମତକୁ ଧୋକା ଦିଆଯାଉଛି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏହି ଏକ୍‌ଜିଟ୍‌ ପୋଲ ଆଧାରରେ ସୋମବାର ଶେୟାର ମାର୍କେଟ ଖୋଲିବାର ସୁଯୋଗ ନେବାକୁ ଭାଜପା ଚାହୁଁଛି। ଯଦି ଏହି ଏକ୍‌ଜିଟ୍‌ ପୋଲ୍‌ ମିଥ୍ୟା ନୁହେଁ ଏବଂ ଭାଜପା ପ୍ରକୃତରେ ହାରି ନ ଥାନ୍ତା, ତେବେ ଭାଜପା ଲୋକମାନେ ନିଜ ଲୋକଙ୍କୁ ଦାୟୀ କରି ନ ଥାନ୍ତେ। ଭାଜପାର ଶୁଖିଲା ଚେହେରା ପୂରା ସତ କହୁଛି। ’

The post ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ… appeared first on Dharitri Odia News.