ଧାର ଟଙ୍କା ଫେରାଇବାକୁ ମିଳୁଥିଲା ଧମକ: ଜୀବନ ହାରିଦେଲେ ଯୁବକ
ବ୍ରହ୍ମପୁର,୨୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଧାର ଟଙ୍କା ଫେରାଇବାକୁ ଧମକ ମିଳୁଥିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏନେଇ ସଦର ଥାନାରେ ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଙ୍କୁଶପୁର ବଡ଼ସାହିର ଜିତେନ୍ଦ୍ର କୁମାର ବିଷୋୟୀ ତାଙ୍କ ଗାଁର ଜଣଙ୍କଠାରୁ କିଛି ଟଙ୍କା ଧାର ଆଣି ଏକ ବ୍ୟବସାୟ କରୁଥିଲେ। ଟଙ୍କା ଶୁଝି ନ ପାରିବାରୁ ଜିତେନ୍ଦ୍ରଙ୍କ ସ୍କୁଟିକୁ ବ୍ୟକ୍ତି ଜଣଙ୍କ ଛଡ଼େଇ ରଖି ଧମକ ଦେଇଥିଲେ। […] The post ଧାର ଟଙ୍କା ଫେରାଇବାକୁ ମିଳୁଥିଲା ଧମକ: ଜୀବନ ହାରିଦେଲେ ଯୁବକ appeared first on Dharitri Odia News.
ବ୍ରହ୍ମପୁର,୨୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଧାର ଟଙ୍କା ଫେରାଇବାକୁ ଧମକ ମିଳୁଥିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏନେଇ ସଦର ଥାନାରେ ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଆଙ୍କୁଶପୁର ବଡ଼ସାହିର ଜିତେନ୍ଦ୍ର କୁମାର ବିଷୋୟୀ ତାଙ୍କ ଗାଁର ଜଣଙ୍କଠାରୁ କିଛି ଟଙ୍କା ଧାର ଆଣି ଏକ ବ୍ୟବସାୟ କରୁଥିଲେ। ଟଙ୍କା ଶୁଝି ନ ପାରିବାରୁ ଜିତେନ୍ଦ୍ରଙ୍କ ସ୍କୁଟିକୁ ବ୍ୟକ୍ତି ଜଣଙ୍କ ଛଡ଼େଇ ରଖି ଧମକ ଦେଇଥିଲେ। ତେଣୁ ଜିତେନ୍ଦ୍ର ମା’ଙ୍କ ଠାରୁ ୧୫ହଜାର ଟଙ୍କା ନେଇ ସ୍କୁଟିକୁ ମୁକୁଳାଇ ଆଣିଥିଲେ। ପରେ ଅବଶିଷ୍ଟ ଟଙ୍କା ଦେଇଦେବେ ବୋଲି କହିଥିଲେ।
ଗତ ଡିସେମ୍ବର ୧ ତାରିଖରେ ଆଙ୍କୁଶପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତି ଜଣଙ୍କ ଜିତେନ୍ଦ୍ରଙ୍କୁ ଅଟକାଇ ଧମକ ଦେଇ ଗାଡ଼ି ଡିକିରେ ଥିବା କାଗଜପତ୍ର ଓ ଘର ପଟ୍ଟା ଛଡ଼େଇ ନେଇଥିଲେ। ବାକି ଥିବା ଟଙ୍କା ପରିଶୋଧ କଲାପରେ ଯାଇ ତାହା ଫେରାଇବେ ବୋଲି କହିଥିଲେ। ଏଥିରେ ଜିତେନ୍ଦ୍ର ଚିନ୍ତାଗ୍ରସ୍ତ ହୋଇ ଘଟଣା ପରଦିନ ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ଧର୍ମେନ୍ଦ୍ର ଏତଲାରେ ଦର୍ଶାଇଛନ୍ତି। ଏନେଇ ଥାନରେ ଏକ ମାମଲା(ନଂ.୧୦୬/୨୪)ରେ ମାମଲା ରୁଜୁ ହୋଇଛି।
The post ଧାର ଟଙ୍କା ଫେରାଇବାକୁ ମିଳୁଥିଲା ଧମକ: ଜୀବନ ହାରିଦେଲେ ଯୁବକ appeared first on Dharitri Odia News.