ମୋଦି ଅଭିଭାଷଣଦେବାବେଳେ ରାଗିଗଲେ ବାଚସ୍ପତି, କହିଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଛନ୍ତି। ମୋଦି ତାଙ୍କ ଅଭିଭାଷଣରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏହି ସମୟରେ ଗୃହରେ ଉତ୍ତେଜନା ଦେଖିବାକୁ […] The post ମୋଦି ଅଭିଭାଷଣଦେବାବେଳେ ରାଗିଗଲେ ବାଚସ୍ପତି, କହିଲେ… appeared first on Dharitri Odia News.

ମୋଦି ଅଭିଭାଷଣଦେବାବେଳେ ରାଗିଗଲେ ବାଚସ୍ପତି, କହିଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଛନ୍ତି।

ମୋଦି ତାଙ୍କ ଅଭିଭାଷଣରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏହି ସମୟରେ ଗୃହରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତି ଏପରି ହୋଇଥିଲା ଯେ, ମୋଦି ତାଙ୍କ ଆସନରେ ବସି ପଡିଥିଲେ। ଲୋକ ସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାଗିଯାଇ ବିରୋଧୀ ନେତାଙ୍କୁ ଗୃହରେ ଶାନ୍ତି ରଖିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆସନରେ ବସି ପଡିବାରୁ ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ତାଗିଦ କରିଥିଲେ। ସେ କହିଛନ୍ତି, ଭୁଲ ଉପାୟରେ ଆପଣ ପ୍ରତିବାଦ କରୁଛନ୍ତି। ଆପଣଙ୍କ ନେତାଙ୍କୁ ବସିବାକୁ କୁହନ୍ତୁ। ଆପଣ କେଉଁ ପ୍ରକାରର ବିରୋଧୀ ନେତା? ଏହା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହା ପରେ ବାଚସ୍ପତି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ କହିଥିଲେ।

The post ମୋଦି ଅଭିଭାଷଣଦେବାବେଳେ ରାଗିଗଲେ ବାଚସ୍ପତି, କହିଲେ… appeared first on Dharitri Odia News.