ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ
ଓ୍ବାଶିଂଟନ୍,୨୭।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ବର୍ତ୍ତମାନ ଲେଥିକା ଇ ଜିନ କାରୋଲଙ୍କ ବଳାତ୍କାର ଏବଂ ମାନହାନି ମାମଲାରେ ୮୩.୩ ନିୟୁତ ଡଲାରର କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ ଟ୍ରମ୍ପ ଗୁରୁବାର ନ୍ୟୁୟର୍କ ଫେଡେରାଲ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି, କିନ୍ତୁ ବିବୃତ୍ତି ରେକର୍ଡ କରିବାବେଳେ ସେ କ୍ରୋଧିତ ହୋଇ କୋର୍ଟ ପରିସରରୁ ବାହାରକୁ ଚାଲିଆସିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ ଲେଖକଙ୍କ ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କରିବାକୁ ମାତ୍ର […] The post ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ appeared first on Dharitri Odia News.
ଓ୍ବାଶିଂଟନ୍,୨୭।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ବର୍ତ୍ତମାନ ଲେଥିକା ଇ ଜିନ କାରୋଲଙ୍କ ବଳାତ୍କାର ଏବଂ ମାନହାନି ମାମଲାରେ ୮୩.୩ ନିୟୁତ ଡଲାରର କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ ଟ୍ରମ୍ପ ଗୁରୁବାର ନ୍ୟୁୟର୍କ ଫେଡେରାଲ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି, କିନ୍ତୁ ବିବୃତ୍ତି ରେକର୍ଡ କରିବାବେଳେ ସେ କ୍ରୋଧିତ ହୋଇ କୋର୍ଟ ପରିସରରୁ ବାହାରକୁ ଚାଲିଆସିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ ଲେଖକଙ୍କ ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କରିବାକୁ ମାତ୍ର ତିନି ମିନିଟ ସମୟ ଦିଆଯାଇଥିଲା। ତେବେ ଏହି ମାମଲାରେ ତାଙ୍କର ଅନ୍ତିମ ଶୁଣାଣି ଶୁକ୍ରବାର ହୋଇଥିଲା।
ଟ୍ରମ୍ପ ଦାବି କରିଛନ୍ତି, ସେ କାରୋଲ ବିଷୟରେ କେବେ ଶୁଣି ନ ଥିଲେ। କାରୋଲ ଏକ ମିଥ୍ୟା କାହାଣୀ ତିଆରି କରିଛନ୍ତି। ତାଙ୍କ ଓକିଲ କହିଛନ୍ତି ଯେ, କାରୋଲ ଖ୍ୟାତି ପାଇଁ ଭୋକିଲା ଏବଂ ତାଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ କହି ସମର୍ଥକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
The post ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ appeared first on Dharitri Odia News.