ଅବତରଣ କରିବା ସମୟରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଯାତ୍ରୀ
ଟୋକିଓ,୨।୧: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି । ଏହି ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ ଏଜେନ୍ସି ଏନ୍ଏଚ୍କେ ଏହି ଦୁର୍ଘଟଣା ସମ୍ପର୍କରେ ପ୍ରମୁଖ ସୂଚନା ଦେଇଛି। ଏନ୍ଏଚ୍କେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଅବତରଣ କରିବା ପରେ ବିମାନଟି ଅନ୍ୟ ବିମାନ ସହିତ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଏନ୍ଏଚ୍କେ ମିଡିଆ ଏହି […] The post ଅବତରଣ କରିବା ସମୟରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଯାତ୍ରୀ appeared first on Dharitri Odia News.
ଟୋକିଓ,୨।୧: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି । ଏହି ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ ଏଜେନ୍ସି ଏନ୍ଏଚ୍କେ ଏହି ଦୁର୍ଘଟଣା ସମ୍ପର୍କରେ ପ୍ରମୁଖ ସୂଚନା ଦେଇଛି। ଏନ୍ଏଚ୍କେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଅବତରଣ କରିବା ପରେ ବିମାନଟି ଅନ୍ୟ ବିମାନ ସହିତ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି।
ଏନ୍ଏଚ୍କେ ମିଡିଆ ଏହି ଘଟଣାର ଫୁଟେଜ ପ୍ରକାଶ କରିଛି। ଏଥିରେ ବିମାନର ଝରକା ଏବଂ ଏହାର ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ନିଆଁ ଲାଗିଥିବା ବିମାନର ନଂ ଜେଏଏଲ ୫୧୬। ଏହି ବିମାନ ହକ୍କାଇଡୋରୁ ଉଡାଣ ଭରିଥିଲା। ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୩୬୭ ଜଣ ଯାତ୍ରୀ ଏବଂ 12 ଜଣ କ୍ରୁ ସଦସ୍ୟ ଥିଲେ।
The post ଅବତରଣ କରିବା ସମୟରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଯାତ୍ରୀ appeared first on Dharitri Odia News.