ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରେ ଦେବେ ଯୋଗ

ନୂଆଦିଲ୍ଲୀ,୫।୧: ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ଜନସୁରଜ ସଂଗଠନ ୨୪୩ସିଟ୍‌ରେ ପ୍ରାର୍ଥି ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ଅନୁମାନ କରାଯାଉଛି କି, ପିକେ ଖୁବଶୀଘ୍ର ନିଜ ଜନସୁରଜ ଅଭିଯାନ(ସମାଜ ସେବା ସଂଗଠନ)କୁ ରାଜନୈତିକ ଦଳ ରୂପେ ଗଠନ କରିବେ। କିନ୍ତୁ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା କମ୍‌ ଥିବା ଅନୁମାନ କରାଯାଉଥିବାବେଳେ ୧-୨ସିଟ୍‌ରେ […] The post ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରେ ଦେବେ ଯୋଗ appeared first on Dharitri Odia News.

ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରେ ଦେବେ ଯୋଗ

ନୂଆଦିଲ୍ଲୀ,୫।୧: ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ଜନସୁରଜ ସଂଗଠନ ୨୪୩ସିଟ୍‌ରେ ପ୍ରାର୍ଥି ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ଅନୁମାନ କରାଯାଉଛି କି, ପିକେ ଖୁବଶୀଘ୍ର ନିଜ ଜନସୁରଜ ଅଭିଯାନ(ସମାଜ ସେବା ସଂଗଠନ)କୁ ରାଜନୈତିକ ଦଳ ରୂପେ ଗଠନ କରିବେ। କିନ୍ତୁ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା କମ୍‌ ଥିବା ଅନୁମାନ କରାଯାଉଥିବାବେଳେ ୧-୨ସିଟ୍‌ରେ ର୍ନିଦଳୀୟ ପ୍ରାର୍ଥି ଓହ୍ଲାଇବାର ସମ୍ଭାବନା ରହିଛି।

ସୂଚନାଥାଉ କି, ପିକେ ଏବେ ପୁରା ବିହାରରେ ଜନସୁରଜ ପଦଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏହି ଯାତ୍ରା ପୂର୍ବ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଛି। ପିକେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ବିହାର ବିଧାନସଭା ନିର୍ବାଚନ ଲଢିବା ନେଇ ଜନସୁରଜ ପାର୍ଟି ମୁଖପାତ୍ର ସଞ୍ଜୟ ଠାକୁର ଘୋଷଣା କରିଛନ୍ତି।
ପିକେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରେ ବିହାର ରାଜନୀତି ରୋଚକ ମୋଡ ନେବାର ଅନୁମାନ କରାଯାଉଛି। ପିକେ ଏବେ ସବୁଠି ଯାଇ କଂଗ୍ରେସ, ଆରଜେଡି, ଜେଡେୟୁ ସମେତ ସବୁ ପାର୍ଟି ବିରୋଧରେ ପ୍ରଚାର କରୁଛନ୍ତି। ସେ ଏବେ ନିଜର ଏକ ପାର୍ଟି ଗଢି ସବୁ ସିଟରେ ନିର୍ବାଚନ ଲଢିଲେ ଏନଡିଏ ଓ ମହାମେଣ୍ଟକୁ ଚ୍ୟାଲେଞ୍ଜ ହେବେ। ତେବେ ବିହାର ବିଧାନସଭା ନିର୍ବାଚନକୁ ଦେଢ ବର୍ଷ ବାକି ଥିବାବେଳେ ମଇଦାନରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।

ଏହା ପୂର୍ବରୁ ଅନୁମାନ କରାଯାଉଥିଲା କି, ଜନସୁରଜ ସଂଗଠନ କଂଗ୍ରେସ ସହ ମେଣ୍ଟ କରିବ। ପିକେ ଏକ ସାକ୍ଷାତକାରରେ କହିଥିଲେ କି, ତାଙ୍କ ବିଚାରଧାର କଂଗ୍ରେସ ସହ ମିଶୁଛି। କିନ୍ତୁ ପରେ ସେ ଏହାକୁ ଖଣ୍ଡନ କରି କହିଥିଲେ, ଜନସୁରଜର ବିଚାରଧାରା ସ୍ବାଧୀନତା ପୂର୍ବ କଂଗ୍ରେସ ସହ ସମାନ ଅଟେ।

The post ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରେ ଦେବେ ଯୋଗ appeared first on Dharitri Odia News.