ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିବା ପରେ ବଙ୍ଗଳାରେ ଆଇନର ଶାସନ ଶେଷ ହେବା ନେଇ ଭାଜପା କହୁଛି। ସେପଟେ ସନ୍ଦେଶଖାଲିରେ ବିଦେଶୀ ଅସ୍ତ୍ରଶସ୍ତ୍ର ମିଳିବା ପରେ ଭାଜପା ମମତାଙ୍କୁ ଟାର୍ଗେଟ କରିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସନ୍ଦେଶଖାଲିରେ ସିବିଆଇ ଚଢାଉରେ […] The post ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ appeared first on Dharitri Odia News.

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିବା ପରେ ବଙ୍ଗଳାରେ ଆଇନର ଶାସନ ଶେଷ ହେବା ନେଇ ଭାଜପା କହୁଛି। ସେପଟେ ସନ୍ଦେଶଖାଲିରେ ବିଦେଶୀ ଅସ୍ତ୍ରଶସ୍ତ୍ର ମିଳିବା ପରେ ଭାଜପା ମମତାଙ୍କୁ ଟାର୍ଗେଟ କରିଛି।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସନ୍ଦେଶଖାଲିରେ ସିବିଆଇ ଚଢାଉରେ ମିଳିଥିବା ସମସ୍ତ ଅସ୍ତ୍ର ବିଦେଶୀ। ସେ କହିଛନ୍ତି ଯେ ବଙ୍ଗଳାରେ ଆରଡିଏକ୍ସ ପରି ବିସ୍ଫୋରକ ସାମଗ୍ରୀ ମିଳୁଛି ଏବଂ ସେମାନଙ୍କୁ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି।
ଶୁଭେନ୍ଦୁ କହିଛନ୍ତି ଯେ ଏହି ସମସ୍ତ ଅସ୍ତ୍ର ଆନ୍ତର୍ଜାତୀୟ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ହୋଇଛି, କିନ୍ତୁ ରାଜ୍ୟ ସରକାର ଏହା ଉପରେ କିଛି କରୁନାହାଁନ୍ତି। ସେ କହିଛନ୍ତି ଯେ ତ୍ରୁଣମୂଳ କଂଗ୍ରେସକୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯିବା ଉଚିତ ଏବଂ ମମତା ବାନାର୍ଜୀଙ୍କୁ ଗିରଫ କରାଯିବା ଉଚିତ।
ସୂଚନାଯୋଗ୍ୟ, ସନ୍ଦେଶଖାଲିର ତ୍ରୁଣମୂଳ ନେତା ଶାହାଜାହାନ ଶେଖଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ସିବିଆଇ ଚଢାଉ କରିଥିଲା, ଯେଉଁଠାରେ ଖୋଜାଖୋଜି ସମୟରେ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବୋମା ଜବତ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଖୋଜାଖୋଜି ବେଳେ ଶାହାଜାହାନଙ୍କ ଘନିଷ୍ଠ ସହଯୋଗୀଙ୍କ ଘରୁ ୩୪୮ ରାଉଣ୍ଡ ଗୁଳି, ଚାରି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର, ତିନି ଦେଶ ନିର୍ମିତ ବନ୍ଧୁକ, ବୋମା ତିଆରି ପାଇଁ ମସଲା ଏବଂ ଅନେକ ବୋମା ଜବତ କରାଯାଇଛି।
ପରେ, ଏନଏସଜି କମାଣ୍ଡୋମାନେ ମଧ୍ୟ ଇସ୍ରାଏଲ ରୋବଟ ସାହାଯ୍ୟରେ ତାଲା ପଡିଥିବା ଘରେ ଏବଂ ଏହାର ଚାରିପାଖରେ ସର୍ଚ୍ଚ ଅପରେସନ କରିଥିଲେ। ଏନଏସଜି ବୋମା ନିଷ୍କ୍ରିୟ ଏବଂ ଚିହ୍ନଟ ସ୍କ୍ବାଡ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବରେ ସଂଗ୍ରହ କରିବା ପରେ ନିଷ୍କ୍ରିୟ କରିଥିଲା।

The post ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ appeared first on Dharitri Odia News.