ଡେଲିଭରି ବୟଙ୍କୁ ଝୁଣି ପକାଇଲେ କୁକୁର! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ରାୟପୁର,୧୮।୭: ଛତିଶଗଡ଼ର ରାୟପୁରର ଖମ୍ହାରଡିହ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଅନୁପମ ନାଗରରେ ଦୁଇଟି ପିଟବୁଲ କୁକୁର ଡେଲିଭରି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରଥିବା ଦେଖାଯାଇଛି। ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲା, ଯେତେବେଳେ ସଲମାନ ଖାନ ନାମକ ଜଣେ ଡେଲିଭରି ବୟ ଡାକ୍ତରଙ୍କ ଘରେ ଖାଦ୍ୟ ଯୋଗାଇବା ପାଇଁ ପ୍ରବେଶ କରିଥିଲେ, ସେଠାରେ ଉପସ୍ଥିତ ଥିବା ଦୁଇଟି ପିଟବୁଲ କୁକୁର ତାଙ୍କୁ କାମୁଡ଼ିବା ପାଇଁ ଦୌଡିଥିଲେ। […] The post ଡେଲିଭରି ବୟଙ୍କୁ ଝୁଣି ପକାଇଲେ କୁକୁର! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ appeared first on Dharitri Odia News.

ଡେଲିଭରି ବୟଙ୍କୁ ଝୁଣି ପକାଇଲେ କୁକୁର! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ରାୟପୁର,୧୮।୭: ଛତିଶଗଡ଼ର ରାୟପୁରର ଖମ୍ହାରଡିହ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଅନୁପମ ନାଗରରେ ଦୁଇଟି ପିଟବୁଲ କୁକୁର ଡେଲିଭରି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରଥିବା ଦେଖାଯାଇଛି। ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲା, ଯେତେବେଳେ ସଲମାନ ଖାନ ନାମକ ଜଣେ ଡେଲିଭରି ବୟ ଡାକ୍ତରଙ୍କ ଘରେ ଖାଦ୍ୟ ଯୋଗାଇବା ପାଇଁ ପ୍ରବେଶ କରିଥିଲେ, ସେଠାରେ ଉପସ୍ଥିତ ଥିବା ଦୁଇଟି ପିଟବୁଲ କୁକୁର ତାଙ୍କୁ କାମୁଡ଼ିବା ପାଇଁ ଦୌଡିଥିଲେ। ଭିଡିଓରେ ସଲମାନଙ୍କୁ କୁକୁର କାମୁଡୁଥିବା ଓ ସେ ଜୀବନ ବିକଳରେ ବାହାରକୁ ଚାଲି ଯାଉଥିବା ଦେଖାଯାଇଛି।
ଭିଡିଓରେ ଦେଖାଯାଉଛି ଯେ ଏତେ ରକ୍ତାକ୍ତ ହୋଇଥିଲେ ମଧ୍ୟ ଡେଲିଭରି ବୟ ସେହି ଭୟଙ୍କର କୁକୁରମାନଙ୍କ ସହିତ ଏକାକୀ ଲଢୁଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁନାହାଁନ୍ତି। ତେଣୁ, ନିଜକୁ ବଞ୍ଚାଇବା ପାଇଁ ସେ ଏକ ପାର୍କିଂ କାର ଉପରକୁ ଚଢଯାଇଛନ୍ତି।
ଏହାପରେ ସେ ସାହାଯ୍ୟ ମାଗୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ତାଙ୍କୁ ପାରଇ ଦେଉଥିବା ଦେଖାଯାଇଛି।
ଏହି ଭିଡିଓକୁ ଦେଖିବା ପରେ ଅନେକ କୁକୁର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କର ଉପଯୁକ୍ତ ଚିକିତ୍ସା ଦାବି କରିଛନ୍ତି।

The post ଡେଲିଭରି ବୟଙ୍କୁ ଝୁଣି ପକାଇଲେ କୁକୁର! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ appeared first on Dharitri Odia News.