ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଲାଗିଲା ନିଆଁ
କୋରାପୁଟ,୩୦।୮(ଅମିତାଭ ବେହେରା ): କୋରପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମାତୃ ଓ ଶିଶୁ ୟୁନିଟ ଏସଏନ୍ସିୟୁ ଗୃହରେ ଥିବା ପ୍ୟାନେଲ ବୋର୍ଡରେ ବିଦ୍ୟୁତ୍ ଶଟ୍ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ହେଲେ ଏସ୍ଏନ୍ସିୟୁରେ ଥିବା ୩୦ରୁ ଊଦ୍ଦର୍ବ ନବଜାତ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏସଏନସିୟୁରେ ଲାଗିଥିବା ପ୍ୟାନେଲ ବୋର୍ଡରେ କୌଣସି କାରଣରୁ ଶଟ୍ ସର୍କିଟ ହୋଇ ନିଆଁ ଲାଗିବା ଆରମ୍ଭ ହୋଇଥଲା। […] The post ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଲାଗିଲା ନିଆଁ appeared first on Dharitri Odia News.
କୋରାପୁଟ,୩୦।୮(ଅମିତାଭ ବେହେରା ): କୋରପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମାତୃ ଓ ଶିଶୁ ୟୁନିଟ ଏସଏନ୍ସିୟୁ ଗୃହରେ ଥିବା ପ୍ୟାନେଲ ବୋର୍ଡରେ ବିଦ୍ୟୁତ୍ ଶଟ୍ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ହେଲେ ଏସ୍ଏନ୍ସିୟୁରେ ଥିବା ୩୦ରୁ ଊଦ୍ଦର୍ବ ନବଜାତ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏସଏନସିୟୁରେ ଲାଗିଥିବା ପ୍ୟାନେଲ ବୋର୍ଡରେ କୌଣସି କାରଣରୁ ଶଟ୍ ସର୍କିଟ ହୋଇ ନିଆଁ ଲାଗିବା ଆରମ୍ଭ ହୋଇଥଲା। ଏହାକୁ ଦେଖି ସେଠାରେ ଥିବା କର୍ମଚାରୀ ତୁରନ୍ତ ସେଠାରେ ଥିବା ଅଗ୍ନି ନିର୍ବାପକ ସ୍ପ୍ରେ କରିଥିଲେ। ଏହା ଦ୍ୱାରା କିଛି ସମୟ ପରେ ନିଆଁ ଲିଭିଯାଇ ଗୃହଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ବୋଲି ଅଗ୍ନିଶମ ଅଧିକାରୀ ବିଜୟ କୁମାର କିଷାନ କହିଛନ୍ତି। ଏସ୍ଏନ୍ସିୟୁ ଧୁଆଁରେ ଭର୍ତ୍ତି ହୋଇ ଯାଇଥିବାରୁ ତୁରନ୍ତ ଏହି ୱାର୍ଡ ଖାଲି କରାଯାଇଥିଲା । ସେଠାରେ ଥିବା ୩୦ରୁ ଊର୍ଦ୍ଧ୍ୱ ଶିଶୁ ଏବଂ ରୋଗୀଙ୍କୁ ମେଡିକାଲରେ ଥିବା ମେଡ଼ିସିନ ଓ ସର୍ଜରୀ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ମେଡିକାଲର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା କୋରାପୁଟ ଉପ ଜିଲାପାଳ ବେଣୁଧର ଶବର କହିଛନ୍ତି। ଶିଶୁ ଯତ୍ନ ୟୁନିଟରେ ସେତେବେଳେ ୩୦ରୁ ଉଦ୍ଦର୍ବ ଶିଶୁ ରହିଥିବା ହସ୍ପିଟାଲର ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଆଇନଜୀବୀ ରୂପକ ତୁରୁକ ଦାବି କରିଛନ୍ତି।
The post ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଲାଗିଲା ନିଆଁ appeared first on Dharitri Odia News.