ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ ପଡିପାରେ ତାହା ମଧ୍ୟ କୁହାଯାଇଛି। ଅର୍ଥମନ୍ତ୍ରୀ ଲୋକସ ଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବାବେଳେ ଏଆଇ ବିଷୟରେ କହିଥିଲେ, ଏହା ଚାକିରି ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହେବ ଏବଂ ଦକ୍ଷତା ସ୍ତରରେ […] The post ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି… appeared first on Dharitri Odia News.

ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ ପଡିପାରେ ତାହା ମଧ୍ୟ କୁହାଯାଇଛି।
ଅର୍ଥମନ୍ତ୍ରୀ ଲୋକସ ଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବାବେଳେ ଏଆଇ ବିଷୟରେ କହିଥିଲେ, ଏହା ଚାକିରି ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହେବ ଏବଂ ଦକ୍ଷତା ସ୍ତରରେ ଚାକିରି ଅନିଶ୍ଚିତତାକୁ ସାମ୍ନା କରିବାକୁ ପଡିବ।
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଏଇ କାରଣରୁ ଉତ୍ପାଦନ ବୃଦ୍ଧି ହେବାକୁ ଯାଉଛି କିନ୍ତୁ ଏହା ନିଯୁକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ସହିତ ଏଆଇ ହେତୁ ଭବିଷ୍ୟତରେ କାର୍ଯ୍ୟ କରିବାର ପଦ୍ଧତିରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏହା ବିଶ୍ୱ ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି।
ଏହି ସର୍ଭେରେ କୁହାଯାଇଛି , ଏହି ପରିବର୍ତ୍ତନ ଭାରତ ଛୁଇଁବ ନାହିଁ। ସାଧାରଣ ଉଦ୍ଦେଶ୍ୟ ପାଇଁ ଏହା ଏକ ଟେକ୍ନୋଲୋଜି ଭାବରେ ସ୍ବୀକୃତି ପାଇବା ମାତ୍ରେ ଏହା ଶୀଘ୍ର ଗ୍ରହଣ କରାଯିବ।

 

The post ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି… appeared first on Dharitri Odia News.