ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା: ବାପ-ପୁଅଙ୍କ ସହ ଚାଲିଗଲା ୩ ଜୀବନ

ପାତ୍ରପୁର,୧୦ା୭(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟରେ ଗୁରୁବାର ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଏବଂ ତାଙ୍କ ପୁଅ ସୁନୀଲ ଗୌଡ(୨୫) ଓ ବି. ଏନ.ପୁର ଥାନା ଅଧୀନ ଗୁଇଲୁଣ୍ଡିର ରାଜେଶ ପାଣିଗ୍ରାହୀ। ପୋଲିସ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ମୁତାବକ, ଗୁଇଲୁଣ୍ଡିର ରାଜେଶ […] The post ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା: ବାପ-ପୁଅଙ୍କ ସହ ଚାଲିଗଲା ୩ ଜୀବନ appeared first on Dharitri Odia News.

ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା: ବାପ-ପୁଅଙ୍କ ସହ ଚାଲିଗଲା ୩ ଜୀବନ

ପାତ୍ରପୁର,୧୦ା୭(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟରେ ଗୁରୁବାର ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଏବଂ ତାଙ୍କ ପୁଅ ସୁନୀଲ ଗୌଡ(୨୫) ଓ ବି. ଏନ.ପୁର ଥାନା ଅଧୀନ ଗୁଇଲୁଣ୍ଡିର ରାଜେଶ ପାଣିଗ୍ରାହୀ। ପୋଲିସ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ମୁତାବକ, ଗୁଇଲୁଣ୍ଡିର ରାଜେଶ ଓ ତାଙ୍କ ସାଙ୍ଗମାନେ ବାରିଆ ପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ରାଜେଶ ବାଇକ୍‌ରେ ଫେରୁଥିବା ବେଳେ ଠଣାଗାଁ ରାସ୍ତାରେ ବୁଲେଟରେ ଜରଡ଼ାରୁ ଫେରୁଥିବା ଦଉ ଓ ସୁନୀଲଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଗାଡିରୁ ଛିଟିକି ପଡି ଆରୋହୀମାନେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ସେତେବେଳକୁ ସୁନୀଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟି ସାରିଥିଲା। ସୁନୀଲଙ୍କ ବାପା ଦଉଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ଘଟିଛି।

The post ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା: ବାପ-ପୁଅଙ୍କ ସହ ଚାଲିଗଲା ୩ ଜୀବନ appeared first on Dharitri Odia News.