ରେଳଫାଟକ ବନ୍ଦ, ଖରାରେ ସିଝିଲେ ଜନସାଧାରଣ
ନିରାକାରପୁର,୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ଥିବା ରେଳବାଇ ଲେବଲ କ୍ରସିଂ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ିଯିବାରୁ ଫାଟକର ଉଭୟପାର୍ଶ୍ୱ ନୂଆ ଜଗନ୍ନାଥ ସଡ଼କରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଅଟକି ରହିବା ସାଙ୍ଗେ ସାଙ୍ଗେ ଦୁଇ ଦୁଇଟି ଆମ୍ବୁଲାନ୍ସ ସାଇରନ ମାରି ଅଟକି ରହିଥିଲା। ବିଶେଷ କଥା ହେଲା ପିଲାଙ୍କ ପରୀକ୍ଷା ଚାଲିଥିବାରୁ ପରୀକ୍ଷାର୍ଥୀମାନେ ଏହି ଗହଳି ମଧ୍ୟରେ ମଧ୍ୟ ଫସି ରହି ପରୀକ୍ଷା ସମୟ ପରେ ସ୍କୁଲରେ ପହଞ୍ଚିଥିଲେ ଏନେଇ ଅଭିଭାବକ […] The post ରେଳଫାଟକ ବନ୍ଦ, ଖରାରେ ସିଝିଲେ ଜନସାଧାରଣ appeared first on Dharitri Odia News.
ନିରାକାରପୁର,୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ଥିବା ରେଳବାଇ ଲେବଲ କ୍ରସିଂ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ିଯିବାରୁ ଫାଟକର ଉଭୟପାର୍ଶ୍ୱ ନୂଆ ଜଗନ୍ନାଥ ସଡ଼କରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଅଟକି ରହିବା ସାଙ୍ଗେ ସାଙ୍ଗେ ଦୁଇ ଦୁଇଟି ଆମ୍ବୁଲାନ୍ସ ସାଇରନ ମାରି ଅଟକି ରହିଥିଲା। ବିଶେଷ କଥା ହେଲା ପିଲାଙ୍କ ପରୀକ୍ଷା ଚାଲିଥିବାରୁ ପରୀକ୍ଷାର୍ଥୀମାନେ ଏହି ଗହଳି ମଧ୍ୟରେ ମଧ୍ୟ ଫସି ରହି ପରୀକ୍ଷା ସମୟ ପରେ ସ୍କୁଲରେ ପହଞ୍ଚିଥିଲେ ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ଫାଟକଟି ଖୋଲିବା ପରେ ପ୍ରାୟ ୧ ଘଣ୍ଟା ଖାଲି ହେବାକୁ ଲାଗିଯାଇଥିଲା।
The post ରେଳଫାଟକ ବନ୍ଦ, ଖରାରେ ସିଝିଲେ ଜନସାଧାରଣ appeared first on Dharitri Odia News.