ଦିଅରଙ୍କୁ ପ୍ରେମ କରି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ,ଏମିତି ରଚିଥିଲେ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀରେ ଦିଅରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ମୃତକ କରନ ଦେବ (୩୬)ଙ୍କୁ ତାଙ୍କ ସ୍ତ୍ରୀ ସୁସ୍ମିତା ଗତ ୧୩ ତାରିଖରେ ମାତା ରୂପରାନି ମାଗୋ ହସ୍ପିଟାଲକୁ ଆଣି ତାଙ୍କୁ ବିଦ୍ୟୁତ୍ ଶକ୍ ଲାଗିଥିବା କହିଥିଲେ। ହସ୍ପିଟାଲ ପକ୍ଷରୁ କରନଙ୍କୁ ମୃତ ଘୋଷଣା କରାଯିବା ପରେ ତାଙ୍କ ବୟସ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତଦେହ ବ୍ୟବଚ୍ଛେଦ କରିବାକୁ ଦିଲ୍ଲୀ ପୋଲିସ କହିଥିଲା। କରନଙ୍କ […] The post ଦିଅରଙ୍କୁ ପ୍ରେମ କରି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ,ଏମିତି ରଚିଥିଲେ ଷଡ଼ଯନ୍ତ୍ର appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀରେ ଦିଅରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ମୃତକ କରନ ଦେବ (୩୬)ଙ୍କୁ ତାଙ୍କ ସ୍ତ୍ରୀ ସୁସ୍ମିତା ଗତ ୧୩ ତାରିଖରେ ମାତା ରୂପରାନି ମାଗୋ ହସ୍ପିଟାଲକୁ ଆଣି ତାଙ୍କୁ ବିଦ୍ୟୁତ୍ ଶକ୍ ଲାଗିଥିବା କହିଥିଲେ। ହସ୍ପିଟାଲ ପକ୍ଷରୁ କରନଙ୍କୁ ମୃତ ଘୋଷଣା କରାଯିବା ପରେ ତାଙ୍କ ବୟସ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତଦେହ ବ୍ୟବଚ୍ଛେଦ କରିବାକୁ ଦିଲ୍ଲୀ ପୋଲିସ କହିଥିଲା। କରନଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇଙ୍କ ବିରୋଧ ସତ୍ତ୍ୱେ ମୃତଦେହ ବ୍ୟବଚ୍ଛେଦ ପାଇଁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଯାଇଥିଲା। କରନଙ୍କୁ ତାଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସନ୍ଦେହ ହେଉଛି ବୋଲି ୩ ଦିନ ପରେ ସାନଭାଇ କୁନାଲ ପୋଲିସକୁ କହିଥିଲେ। ଏଥିସହିତ ସେ ସୁସ୍ମିତା ଓ ରାହୁଲଙ୍କ ମଧ୍ୟରେ ଇନ୍ଷ୍ଟାଗ୍ରାମ ଚାଟିଂକୁ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ, ଯେଉଁଥିରେ ହତ୍ୟା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ଚାଟ୍ରୁ ସୁସ୍ମିତା ଓ ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଓ ଏହି କାରଣରୁ ସେମାନେ କରନଙ୍କୁ ହତ୍ୟା ଯୋଜନା କରିଥିବା ଜଣାପଡ଼ିଥିଲା। ସେମାନେ କରନଙ୍କୁ ରାତ୍ର ଭୋଜନରେ ୧୫ଟି ନିଦ ବଟିକା ଦେଇ ସଂଜ୍ଞାହୀନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହାପରେ ସେମାନେ କରନଙ୍କୁ ବିଦ୍ୟୁତ୍ ଆଘାତ ଦେଇ ମାରିଦେଇଥିଲେ ଓ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଦର୍ଶାଇଥିଲେ। ପୋଲିସ ସୁସ୍ମିତାଙ୍କୁ ହାଜତକୁ ନେଇ ପଚରାଉଚରା କରିବା ପରେ ସେ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ମାନିଥିଲେ।
The post ଦିଅରଙ୍କୁ ପ୍ରେମ କରି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ,ଏମିତି ରଚିଥିଲେ ଷଡ଼ଯନ୍ତ୍ର appeared first on Dharitri Odia News.