ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଭାଜପା ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ଟେକ୍ସାସର ଡାଲାସରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଯୁବପିଢିଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଭାଜପା ଏବଂ ଆରଏସଏସକୁ ସାମ୍ବିଧାନିକ ଅନୁଷ୍ଠାନ ଦଖଲ କରିଥିବା ଅଭିଯୋଗ କରିଛନ୍ତି ଏବଂ ସେ ସମ୍ବିଧାନର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଦାବି କରିଛନ୍ତି। ଲୋକ ସଭାର ବିରୋଧୀ ଦଳର […] The post ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ… appeared first on Dharitri Odia News.

ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଭାଜପା ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ଟେକ୍ସାସର ଡାଲାସରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଯୁବପିଢିଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଭାଜପା ଏବଂ ଆରଏସଏସକୁ ସାମ୍ବିଧାନିକ ଅନୁଷ୍ଠାନ ଦଖଲ କରିଥିବା ଅଭିଯୋଗ କରିଛନ୍ତି ଏବଂ ସେ ସମ୍ବିଧାନର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଦାବି କରିଛନ୍ତି।

ଲୋକ ସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାବାଚନ ପୂର୍ବରୁ ଆମେ ଦାବି କରି ଆସୁଥିଲୁ କି, ଅନୁଷ୍ଠାନଗୁଡିକ ଉପରେ କାବୁ କରାଯାଇଛି। ଆମ ପାଖରେ ଏକ ଉପଯୁକ୍ତ ଖେଳ ପଡ଼ିଆ ନାହିଁ । ଶିକ୍ଷା ବ୍ୟବସ୍ଥା ଉପରେ RSS ନିୟନ୍ତ୍ରଣ ରଖିଛି। ମିଡିଆ ଏବଂ ଅନୁସନ୍ଧାନକାରୀ ସଂସ୍ଥା ନିୟନ୍ତ୍ରଣରେ ଅଛନ୍ତି। ଆମେ ବାରମ୍ବାର ଏହା ବି କହୁଥିଲୁ, କିନ୍ତୁ ଲୋକମାନେ ବୁଝିପାରିଲେ ନାହିଁ। ଏହାପରେ ମୁଁ ସମ୍ବିଧାନ ଦେଖାଇବା ଆରମ୍ଭ କଲି। ଯାହାପରେ ଲୋକମାନେ ବୁଝିପାରିଲେ ଯେ, ସମ୍ବିଧାନ ହେଉଛି ଦେଶର ପ୍ରକୃତ ଶକ୍ତି। ଯଦି ସମ୍ବିଧାନ ରହିବ ନାହିଁ ତେବେ ଦେଶର ଭବିଷ୍ୟତ ବିପଦରେ ପଡ଼ିବ।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି, ଦେଶର ଗରିବ ଲୋକମାନେ ଏହାକୁ ଗଭୀର ଭାବରେ ଅନୁଭବ କରିଥିଲେ ଯେ ସମ୍ବିଧାନର ସୁରକ୍ଷା କରୁଥିବା ଏବଂ ଏହାକୁ ନଷ୍ଟ କରୁଥିବା ଲୋକଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇ ଯାଇଛି । ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗ ମଧ୍ୟ ବଡ ହୋଇଯାଇଛି।

ତେବେ ଆମେରିକାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାହୁଲଙ୍କୁ ପଚରାଯାଇଥିଲା ଯେ, ସେ ତାଙ୍କ ସହ ସମ୍ବିଧାନର ବହି କେବେ ଓ କାହିଁକି ନେବା ଆରମ୍ଭ କରିଛନ୍ତି। ଉତ୍ତରରେ କଂଗ୍ରେସ ଏମପି ନିର୍ବାଚନ ପୂର୍ବରୁ ତାଙ୍କ ଭାରତ ଯୋଡା ଯାତ୍ରାର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏହି ଯାତ୍ରା ସମୟରେ ସେ ଦେଶର ଅନେକ ଲୋକଙ୍କୁ ଭେଟି ସେମାନଙ୍କ ଚିନ୍ତାଧାରା ବୁଝ ିଥିଲେ ଏବଂ ସେମାନଙ୍କ କଥା ଶୁଣୁଥିଲେ। ୪୦୦୦ କିଲୋମିଟର ଚାଲିବା କଷ୍ଟସାଧ୍ୟ ଥିଲା କିନ୍ତୁ ପରେ ଏହା ସହଜ ହୋଇଗଲା।

ଭାରତ ଯୋଡା ଯାତ୍ରା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ପରାମର୍ଶ ଦେଇ କହିଥିଲେ, ଆପଣ କାହିଁକି ସମ୍ବିଧାନ ବହି ନିଜ ପାଖରେ ରଖୁ ନାହାନ୍ତି? ଏହାପରେ ମୁଁ ଅନୁଭବ କଲି ସମ୍ବିଧାନର ସୁରକ୍ଷା ପାଇଁ କରୁଥିବା ପଦଯାତ୍ରା ସମୟରେ ସମ୍ବିଧାନର ବହି ରଖିବା ଆବଶ୍ୟକ।

କହିରଖୁଛୁ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ତାଙ୍କ ହାତରେ ସମ୍ବିଧାନର ଏକ କପି ଧରିଥିବାର ନଜର ଆସିଥାନ୍ତି। ଲୋକ ସଭା ନିର୍ବାଚନରେ ପ୍ରଚାର ସମୟରେ ସେ ଏହି ସମ୍ବିଧାନର ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ପରେ ନିର୍ବାଚନରେ ଜିତିବା ପରେ ଲୋକ ସଭାରେ ଶପଥ ଗ୍ରହଣ କରୁଥିବାବେଳେ ସେ ଗୋଟିଏ ହାତରେ ସମ୍ବିଧାନର ଏହି କପି ଧରିଥିବାର ନଜର ଆସିଥିଲେ। ତେବେ ରାହୁଲ ଗାନ୍ଧୀ ତାଙ୍କ ସହ ସମ୍ବିଧାନର ଏକ ବହି ରଖିବାକୁ ପରାମର୍ଶ ଦେଇଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିନାହାଁନ୍ତି।

The post ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ… appeared first on Dharitri Odia News.