ଧରା ପଡିଯିବା ଭୟରେ ଦମ୍ପତିଙ୍କୁ ହାଣିଲେ
ବ୍ରହ୍ମପୁର,୧୧।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ସ୍ତ୍ରୀ ଓ ସ୍ବାମୀ ଗୁରୁତର ହୋଇଛନ୍ତି। ଗୌଡ଼ ସାହିରେ ରହୁଥିବା କେ.ସତୀଶ କୁମାର ସୁବୁଦ୍ଧି (୪୫)ଓ ତାଙ୍କ ସ୍ତ୍ରୀ କେ. ଶ୍ରବନ୍ତି ସୁବୁଦ୍ଧି ଆହତ ହୋଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସତିଶଙ୍କ ବେକରେ ଖଣ୍ଡା ଚୋଟ ପଡିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ହାତ ଓ […] The post ଧରା ପଡିଯିବା ଭୟରେ ଦମ୍ପତିଙ୍କୁ ହାଣିଲେ appeared first on Dharitri Odia News.
ବ୍ରହ୍ମପୁର,୧୧।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ସ୍ତ୍ରୀ ଓ ସ୍ବାମୀ ଗୁରୁତର ହୋଇଛନ୍ତି। ଗୌଡ଼ ସାହିରେ ରହୁଥିବା କେ.ସତୀଶ କୁମାର ସୁବୁଦ୍ଧି (୪୫)ଓ ତାଙ୍କ ସ୍ତ୍ରୀ କେ. ଶ୍ରବନ୍ତି ସୁବୁଦ୍ଧି ଆହତ ହୋଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସତିଶଙ୍କ ବେକରେ ଖଣ୍ଡା ଚୋଟ ପଡିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ହାତ ଓ ପିଠିରେ ଖଣ୍ଡା ଚୋଟ ପଡିଛି। ଘଟଣାକୁ ନେଇ ଅଞ୍ଚଳରେ ଓ ବ୍ୟବସାୟୀଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି। ସତୀଶଙ୍କ ଏକ ସୁନା ଦୋକାନ ରହିଥିବା ବେଳେ ସେ ମଙ୍ଗଳବାର ରାତିରେ ଖାଇସାରି ଘରେ ଶୋଇଥିଲେ। ବୁଧବାର ଭୋରରେ ଘର ଭିତରେ ଶବ୍ଦ ହେଉଥିବା ଶୁଣି ଶ୍ରବନ୍ତି ତାଙ୍କ ସ୍ବାମୀଙ୍କୁ ଉଠାଇଥିଲେ। ସେମାନେ ବାହାରକୁ ଆସି କଣ ହେଉଛି ଦେଖିବା ବେଳକୁ ଘରୁ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ ଜଣଙ୍କ ଖଣ୍ଡାରେ ସତୀଶଙ୍କୁ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ହାଣି ଦେଉଥିବା ଦେଖି ଶ୍ରବନ୍ତି ତାହାର ପ୍ରତିବାଦ କରିଥିଲେ। ଦୃର୍ବୃତ୍ତ ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରି ଚମ୍ପଟ ମାରିଥିଲେ। ମହିଳା ଜଣଙ୍କ ଘର ବାହାରକୁ ଆସି ଚିତ୍କାର କରିଥିଲେ। ସାହି ଲୋକ ସେଠାରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସେମାନଙ୍କୁ ମେଡିକାଲରେ ଭେଟି ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଲୁଟେରା ଜଣଙ୍କ ଘର ଉପର ମହଲାରେ ଗ୍ରୀଲ କାଟି ଘରେ ପଶି ଏହି କାଣ୍ଡ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
The post ଧରା ପଡିଯିବା ଭୟରେ ଦମ୍ପତିଙ୍କୁ ହାଣିଲେ appeared first on Dharitri Odia News.