ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ, ଇଡି ଏବଂ ସିବିଆଇ ଉପରେ ପ୍ରଶ୍ନ ଉଠାଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ୨୦୧୪ ପୂର୍ବରୁ ଇଡି ଏବଂ ସିବିଆଇ କଂଗ୍ରେସ ହାତରେ ନାଚୁଥିଲେ। ତେବେ ସେ କିପରି ନିର୍ବାଚନରେ ହାରିଗଲେ? ପ୍ରଧାନମନ୍ତ୍ରୀ କହିଛନ୍ତି, ଏତେ ବଡ ଦେଶରେ ଏକ ନଗର ନିଗମ ନିର୍ବାଚନ […] The post ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ, ଇଡି ଏବଂ ସିବିଆଇ ଉପରେ ପ୍ରଶ୍ନ ଉଠାଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ୨୦୧୪ ପୂର୍ବରୁ ଇଡି ଏବଂ ସିବିଆଇ କଂଗ୍ରେସ ହାତରେ ନାଚୁଥିଲେ। ତେବେ ସେ କିପରି ନିର୍ବାଚନରେ ହାରିଗଲେ? ପ୍ରଧାନମନ୍ତ୍ରୀ କହିଛନ୍ତି, ଏତେ ବଡ ଦେଶରେ ଏକ ନଗର ନିଗମ ନିର୍ବାଚନ ସ୍ଥିର କରାଯାଇପାରେ ନାହିଁ। ବିରୋଧୀ ବିଶ୍ୱକୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ବିରୋଧୀ ଦଳ, ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଅନ୍ୟମାନେ କହୁଛନ୍ତି , ମୋଦି ଜୀ ମ୍ୟାଚ ଫିକ୍ସିଂ କରୁଛନ୍ତି। ଇଡି, ସିବିଆଇ ଏବଂ ଇଭିଏମ ବିନା ଆପଣ ନିର୍ବାଚନରେ ଜିତିପାରିବେ ନାହିଁ। ଏହି ବିଷୟରେ ଆପଣ କ’ଣ କହୁଛନ୍ତି, ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଇଭିଏମ ଦାବିର ଉତ୍ତର ଦେଇଛନ୍ତି। ୨୦୧୪ ରେ ସେମାନଙ୍କ ପାଖେ ଇଡି ଏବଂ ସିବିଆଇ ଥିଲା, ତେବେ ସେମାନେ କାହିଁକି ହରିଗଲେ। ସେମାନେ ମୋର ଗୃହମନ୍ତ୍ରୀ (ତତ୍କାଳୀନ ଗୁଜରାଟ ସରକାରରେ ଗୃହମନ୍ତ୍ରୀ ଅମିତ ଶାହା)ଙ୍କ ମଧ୍ୟ ଜେଲରେ ରଖିଥିଲେ, ତେବେ ସେମାନେ କାହିଁକି ହାରିଯାଇଥିଲେ।
The post ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.