ଜାପାନରେ ବଡ଼ ଧରଣ ଭୂକମ୍ପ

ଟୋକିଓ,୪।୪: ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଲୋକମାନେ ଏହା ଅନୁଭବ କରିଥିଲେ। ଗୋଟିଏ ଦିନ ପୂର୍ବରୁ ଜାପାନର ପଡୋଶୀ ଦେଶ ତାଇୱାନରେ ୭.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ […] The post ଜାପାନରେ ବଡ଼ ଧରଣ ଭୂକମ୍ପ appeared first on Dharitri Odia News.

ଜାପାନରେ ବଡ଼ ଧରଣ ଭୂକମ୍ପ

ଟୋକିଓ,୪।୪: ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଲୋକମାନେ ଏହା ଅନୁଭବ କରିଥିଲେ। ଗୋଟିଏ ଦିନ ପୂର୍ବରୁ ଜାପାନର ପଡୋଶୀ ଦେଶ ତାଇୱାନରେ ୭.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି।
ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ରିପୋର୍ଟ କରିଛି ଯେ, ଜାପାନର ହଂସୁ ଦ୍ୱୀପର ପୂର୍ବ ଭାଗରେ ୬.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା ୩୨ କିଲୋମିଟର ଥିଲା। ବୁଧବାର ଜାପାନରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ମଧ୍ୟ ପ୍ରାୟ ୬ ଥିଲା।
ଏଥି ସହିତ ବୁଧବାର ତାଇୱାନରେ ହୋଇଥିବା ଭୂକମ୍ପ ପରେ ଜାପାନ ଓକିନାୱା ପ୍ରଦେଶ ପାଇଁ ସୁନାମି ଆଲର୍ଟ ଜାରି କରିଛି। ଲୋକଙ୍କୁ ଉପକୂଳଠାରୁ ଦୂରରେ ରହିବାକୁ ଏବଂ ଉଚ୍ଚ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ଜାପାନରେ ବଡ଼ ଧରଣ ଭୂକମ୍ପ appeared first on Dharitri Odia News.