ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ। ସଚେତନତା ହେତୁ ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମ, ବାଣିଜ୍ୟ, ପ୍ରଶାସନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାମ୍ବାଦିକତାରୁ ଶୁଭଫଳ ମିଳିବ। ବୃଷ ବିଶେଷ ବନ୍ଧୁ ଓ ଲୋକସମ୍ପର୍କ ଅଭାବରୁ କେତେକ କାମ ଅପୂରଣ ରହିଯିବ। ଅତି ନିଜର ବୋଲି ଚିନ୍ତା କରୁଥିବା ବନ୍ଧୁଙ୍କ […] The post ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope
ମେଷ
ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ। ସଚେତନତା ହେତୁ ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମ, ବାଣିଜ୍ୟ, ପ୍ରଶାସନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାମ୍ବାଦିକତାରୁ ଶୁଭଫଳ ମିଳିବ।
ବୃଷ
ବୃଷ
ବିଶେଷ ବନ୍ଧୁ ଓ ଲୋକସମ୍ପର୍କ ଅଭାବରୁ କେତେକ କାମ ଅପୂରଣ ରହିଯିବ। ଅତି ନିଜର ବୋଲି ଚିନ୍ତା କରୁଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ବିଷାଦିତ ରହିପାରନ୍ତି। ଛୋଟ ଛୋଟ ଘଟଣାକୁ ନେଇ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ମୃଗଶିରା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ଆଜିର ଅନୁକୂଳ ଗ୍ରହସ୍ଥିତି ହେତୁ ଯାହା କରନ୍ତୁନା କାହିଁକି ଅସୁବିଧା ହେବନାହିଁ। ପ୍ରତ୍ୟେକ ପରିସ୍ଥିତିରେ ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ଅବାରିତ ସାହାଯ୍ୟରୁ ଉପକୃତ ହେବେ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ପ୍ରଶାସନିକ ସ୍ତରରେ ସମ୍ମାନ ପାଇବେ। ପୁନର୍ବସୁ ନକ୍ଷତ୍ର ଗୃହ ସମସ୍ୟା ସଜାଡ଼ିବାକୁ ଯାଇ ହଇରାଣ ହେବେ।
କର୍କଟ
କର୍କଟ
କର୍ମାରମ୍ଭରେ ସାହାଯ୍ୟ ଲାଭକରି ଧାର୍ମିକ କିମ୍ବା ଆନୁଷ୍ଠାନିକ କାମ କରିବେ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିବାର ସାହସ ରଖିପାରିବେ ନାହିଁ। ପୁଷ୍ୟା ନକ୍ଷତ୍ରର ବନ୍ଧୁବର୍ଗଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଅପରାହ୍ନ ସମୟରେ କରଜଦାତାଙ୍କ ଚାପ ବୃଦ୍ଧି କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ସି˚ହ
ସି˚ହ
ଆଜି ଚିନ୍ତାନୁଯାୟୀ କାର୍ଯ୍ୟସାଧନ ପରିପ୍ରେକ୍ଷୀରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ସାଙ୍ଗକୁ କାମର ଚାପ ବଢ଼ିଯିବାର ସୂଚନା ରହିଛି। ଦିନଟି ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପାଇଁ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ। ଅପରାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
କନ୍ୟା
ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିଲେ ମଧ୍ୟ ଆଶା ଓ ଅଭିଳାଷ ଅପୂରଣ ରହିବ ନାହିଁ। ଚିତ୍ରା ନକ୍ଷତ୍ର ପିଲାମାନଙ୍କ ସକାଶେ ଅନ୍ୟ ପାଖରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦରୁ ସ୍ବାସ୍ଥ୍ୟହାନି ହୋଇପାରେ। ବନ୍ଧୁମିଳନ ସହ କେତେକ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଅଟକି ରହିଥିବା କାମ ହାସଲ ସକାଶେ ଦୂରକୁ ଯିବାକୁ ପଡ଼ିପାରେ। ବାକି ରହିଥିବା ଅର୍ଥ କିମ୍ବା ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାରଣରୁ ବହୁତ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ। ପଡ଼ୋଶୀଙ୍କ ସହାୟତାରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଆଜି ବିଶାଖା ନକ୍ଷତ୍ର କୌଣସି କର୍ମାରମ୍ଭ କରି ଆଶ୍ୱସ୍ତି ଲଭିବେ। ବିରୋଧାମତ୍କ ସ୍ବର ଉଠାଇ ପରୋକ୍ଷ ଶତ୍ରୁତାକୁ ଆମନ୍ତ୍ରଣ କରିପାରନ୍ତି। ଏଜେନ୍‌ଶିପ୍‌, ସାମ୍ବାଦିକତା, ରାଜନୀତି, କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ସୁଫଳ ପାଇବେ। ବାଣିଜ୍ୟ, ବ୍ୟବସାୟ, ଜମିଜମା, ସଭାସମିତି ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ଧନୁ
ଧନୁ
ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
ମକର
ମକର
ଆଜିର ଗ୍ରହଯୋଗ ପାରିବାରିକ ସୁଖ, ସୁବିଧା ସାଙ୍ଗକୁ ସାମାଜିକ ସମ୍ମାନ ଲାଭ କରିବେ। ଅଫିସରେ ବନ୍ଧୁଙ୍କ କାମରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆଜି ବ୍ୟବସାୟିକ କ୍ଷେତ୍ର ଉନ୍ନତ ରହିବା ସହ ବନ୍ଧୁମିଳନ ଘଟିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ଆଲୋଚନା ଓ ସହଯୋଗରେ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିପାରିବେ। ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ପାରିବାରିକ କ୍ଷେତ୍ରରେ ତର୍କବିତର୍କ କରିବା ଠିକ୍‌ ହେବନାହିଁ। କୌଣସି ମିଥ୍ୟା ଗୁଜବ ଶୁଣି ମନରେ ଆଶଙ୍କା ଜାଗ୍ରତ ହୋଇପାରେ। ଧନିଷ୍ଠା ନକ୍ଷତ୍ରର ସକାଳୁ ଅର୍ଥ କିମ୍ବା ଦ୍ରବ୍ୟହାନି ଘଟିପାରେ।
ମୀନମୀନ

ଆଜି ଉତ୍ତରଭାଦ୍ର ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ବିଚଳିତ କରିପାରେ। ଆନୁଷ୍ଠାନିକ କାମ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ନିର୍ମାଣ, ଯାତ୍ରା ଓ ସଭାସମିତିରେ ଆଶାଜନକ ଫଳ ପାଇବେ।

The post ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope appeared first on Dharitri Odia News.