୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ଅଲେଖ କୁମାର ପ୍ରଧାନ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ମାମଲାର ୧୪ବର୍ଷ ପରେ ଶୁଣାଣି କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ଶଙ୍କର ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ […] The post ୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ appeared first on Dharitri Odia News.

୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ଅଲେଖ କୁମାର ପ୍ରଧାନ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ମାମଲାର ୧୪ବର୍ଷ ପରେ ଶୁଣାଣି କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ଶଙ୍କର ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ରହିଛି।

ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଗୁଞ୍ଜନ ଜେନା କୋର୍ଟରେ ବିଚାରଣା ବେଳେ ହାଜର ହୋଇ ନ ଥିବା ଜଣାପଡିଛି । ୨୦୧୦ରେ ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ଉମେଶ ଜେନାଙ୍କୁ ଦୁଇ ଅଭିଯୁକ୍ତ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୫୬/୧୦) ରୁଜୁ କରି ଗୁଞ୍ଜନ ଜେନା ଓ ଶଙ୍କର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ଓ ଜଗନ୍ନାଥ ମିଶ୍ର ମାମଲା ପରିଚାଳନା କରୁଥିଲେ।

The post ୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ appeared first on Dharitri Odia News.