ପଞ୍ଚମ ଥର ପାଇଁ ପାରା ବିଶ୍ୱ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ପ୍ରମୋଦ ଭଗତ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୫ା୨: ଥାଇଲ୍ୟାଣ୍ଡରେ ଚାଲିଥିବା ପାରା ବିଶ୍ୱ ଚାମ୍ପିଅନସିପ ଏକକ ବର୍ଗରେ ଟାଇଟଲ ଜିତିଛନ୍ତି ପ୍ରମୋଦ ଭଗତ। ଫାଇନାଲ ମୁକାବିଲାରେ ବ୍ରିଟେନର ଡାନିଏଲ ବେଥେଲଙ୍କ ବିପକ୍ଷରେ ୧୦୦ ମିନିଟର କଡ଼ା ସଂଘର୍ଷ ପରେ ସେ ଏହି ସଫଳତା ପାଇଛନ୍ତି। ପ୍ରଥମ ସେଟ ହାରିବା ପରେ ଶେଷ ଦୁଇ ସେଟରେ ପ୍ରମୋଦ ପ୍ରତ୍ୟାବର୍ତନ କରି ୧୪-୨୧, ୨୧-୧୫, ୨୧-୧୪ ବ୍ୟବଧାନରେ ଡାନିଏଲଙ୍କୁ ହରାଇଛନ୍ତି। ଏହି ବିଜୟ ସହିତ ପ୍ରମୋଦ ପାରା କିମ୍ବଦନ୍ତୀ ‘ଲିନ ଡାନ’ଙ୍କ ୫ ଟି ବିଶ୍ୱ ଟାଇଟଲ୍ […] The post ପଞ୍ଚମ ଥର ପାଇଁ ପାରା ବିଶ୍ୱ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ପ୍ରମୋଦ ଭଗତ, କଲେ ବିଶ୍ୱ ରେକର୍ଡ appeared first on Dharitri Odia News.

ପଞ୍ଚମ ଥର ପାଇଁ ପାରା ବିଶ୍ୱ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ପ୍ରମୋଦ ଭଗତ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୫ା୨: ଥାଇଲ୍ୟାଣ୍ଡରେ ଚାଲିଥିବା ପାରା ବିଶ୍ୱ ଚାମ୍ପିଅନସିପ ଏକକ ବର୍ଗରେ ଟାଇଟଲ ଜିତିଛନ୍ତି ପ୍ରମୋଦ ଭଗତ। ଫାଇନାଲ ମୁକାବିଲାରେ ବ୍ରିଟେନର ଡାନିଏଲ ବେଥେଲଙ୍କ ବିପକ୍ଷରେ ୧୦୦ ମିନିଟର କଡ଼ା ସଂଘର୍ଷ ପରେ ସେ ଏହି ସଫଳତା ପାଇଛନ୍ତି। ପ୍ରଥମ ସେଟ ହାରିବା ପରେ ଶେଷ ଦୁଇ ସେଟରେ ପ୍ରମୋଦ ପ୍ରତ୍ୟାବର୍ତନ କରି ୧୪-୨୧, ୨୧-୧୫, ୨୧-୧୪ ବ୍ୟବଧାନରେ ଡାନିଏଲଙ୍କୁ ହରାଇଛନ୍ତି।

ଏହି ବିଜୟ ସହିତ ପ୍ରମୋଦ ପାରା କିମ୍ବଦନ୍ତୀ ‘ଲିନ ଡାନ’ଙ୍କ ୫ ଟି ବିଶ୍ୱ ଟାଇଟଲ୍ ସହିତ ସମକକ୍ଷ ହୋଇଛନ୍ତି ଏବଂ ପ୍ରଥମ ଖେଳାଳିଭାବେ ଲଗାତାର ତୃତୀୟ ଥର ପାଇଁ ଏସଏଲ୩ ବର୍ଗରେ କ୍ରମାଗତ ବିଜୟ ହାସଲ କରିବାରେ ପ୍ରଥମ ପାରା ସଟଲର ହୋଇଛନ୍ତି।