ଜାରକା ବିଭିନ୍ନ ଲଜ୍ ଉପରେ ଚଢ଼ାଉ, ଗାଡ଼ି ଯାଞ୍ଚ

ଧର୍ମଶାଳା,୨୨।୬( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳରେ ଥିବା ବିଭିନ୍ନ ଲଜ ଉପରେ ଧର୍ମଶାଳା ପୋଲିସ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଚଢ଼ାଉ କରାଯାଇଛି। ୧୬ ନଂ ଜାତୀୟ ରାଜପଥ କଡ଼ରେ ଜାରକା ଅଞ୍ଚଳ ଥିବାରୁ ଦୈନିକ ବାହାର ଲୋକଙ୍କ ଯାତାୟାତ ରହିଥାଏ। ଜାରକା ଅଞ୍ଚଳ ଦୃତଗତିରେ ବିକାଶ କରୁଥିବାରୁ ବହୁ ବାହାର ଲୋକ ଭଡ଼ା ସୂତ୍ରରେ ରହିଥାନ୍ତି। ବିଭିନ୍ନ ସମୟରେ ରାହାଜାନୀ,ଚୋରି,ଡକାୟତି ସହିତ ଦେହ ବ୍ୟବସାୟ ମଧ୍ୟ ଚାଲୁଥିବାର ଘଟଣା ଘଟୁଛି। ଦୁଇଦିନ ତଳେ ଏହି […] The post ଜାରକା ବିଭିନ୍ନ ଲଜ୍ ଉପରେ ଚଢ଼ାଉ, ଗାଡ଼ି ଯାଞ୍ଚ appeared first on Dharitri Odia News.

ଜାରକା ବିଭିନ୍ନ ଲଜ୍ ଉପରେ ଚଢ଼ାଉ, ଗାଡ଼ି ଯାଞ୍ଚ

ଧର୍ମଶାଳା,୨୨।୬( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳରେ ଥିବା ବିଭିନ୍ନ ଲଜ ଉପରେ ଧର୍ମଶାଳା ପୋଲିସ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଚଢ଼ାଉ କରାଯାଇଛି। ୧୬ ନଂ ଜାତୀୟ ରାଜପଥ କଡ଼ରେ ଜାରକା ଅଞ୍ଚଳ ଥିବାରୁ ଦୈନିକ ବାହାର ଲୋକଙ୍କ ଯାତାୟାତ ରହିଥାଏ। ଜାରକା ଅଞ୍ଚଳ ଦୃତଗତିରେ ବିକାଶ କରୁଥିବାରୁ ବହୁ ବାହାର ଲୋକ ଭଡ଼ା ସୂତ୍ରରେ ରହିଥାନ୍ତି। ବିଭିନ୍ନ ସମୟରେ ରାହାଜାନୀ,ଚୋରି,ଡକାୟତି ସହିତ ଦେହ ବ୍ୟବସାୟ ମଧ୍ୟ ଚାଲୁଥିବାର ଘଟଣା ଘଟୁଛି।

ଦୁଇଦିନ ତଳେ ଏହି ଅଞ୍ଚଳରୁ ସନ୍ଦେହ ଜନକ ଭାବରେ ଦୁଇଟି ବ୍ୟାଗ ମିଳିବା ଓ ସେହି ବ୍ୟାଗରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହେବା ଭଳି ଘଟଣା ସାମ୍ନାକୁ ଆସିଛି ସେହିପରି ବଜାର ଉପରୁ ଦୃର୍ବୁତ୍ତ ବଇକ୍ ରେ ଆସି ମହିଳାଙ୍କ ଠାରୁ ସୁନା ଚୋରି ଲୁଟ୍ ଘଟଣା ଉପରୁ ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ଅପର ପକ୍ଷରେ ପୋଲିସ ଆଜି ସନ୍ଧ୍ୟାରେ ବିଭିନ୍ନ ଲଜ୍ ମଣ୍ଡପ ଉପରେ ଚଢ଼ାଉ କରି ଲଜ୍ ରେ ରହୁଥିବା ଲୋକ ମାନଙ୍କର ପରିଚୟ ପତ୍ର ସହିତ ରେଜିଷ୍ଟର ଯାଞ୍ଚ କରିବା ସହ ରାସ୍ତା ଉପରେ ଗାଡ଼ି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

The post ଜାରକା ବିଭିନ୍ନ ଲଜ୍ ଉପରେ ଚଢ଼ାଉ, ଗାଡ଼ି ଯାଞ୍ଚ appeared first on Dharitri Odia News.