ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ। ଆମେରିକାରେ ଅବୈଧ ପ୍ରବାସୀଙ୍କ କ୍ରମାଗତ ଭାବେ ବୃଦ୍ଧି ହେତୁ ଟ୍ରମ୍ପ କ୍ରୋଧରେ ଏହି ଘୋଷଣା କରିଛନ୍ତି। ବେଆଇନ ଭାବେ ଦେଶକୁ ଡ୍ରଗ୍ସ ଆସିବା ପାଇଁ ଟ୍ରମ୍ପ ଚାଇନାକୁ ଦାୟୀ କରିଛନ୍ତି ଏବଂ ଚାଇନା ଉପରେ ଅତିରିକ୍ତ ୧୦ […] The post ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ appeared first on Dharitri Odia News.

ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ। ଆମେରିକାରେ ଅବୈଧ ପ୍ରବାସୀଙ୍କ କ୍ରମାଗତ ଭାବେ ବୃଦ୍ଧି ହେତୁ ଟ୍ରମ୍ପ କ୍ରୋଧରେ ଏହି ଘୋଷଣା କରିଛନ୍ତି। ବେଆଇନ ଭାବେ ଦେଶକୁ ଡ୍ରଗ୍ସ ଆସିବା ପାଇଁ ଟ୍ରମ୍ପ ଚାଇନାକୁ ଦାୟୀ କରିଛନ୍ତି ଏବଂ ଚାଇନା ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରାଯାଇଥିବା ପୋଷ୍ଟରେ ଟ୍ରମ୍ପ କହିଛନ୍ତି,ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମେ କାନାଡା, ଚାଇନା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବେ। ମେକ୍ସିକୋ ଏବଂ କାନାଡାରୁ ହଜାର ହଜାର ଲୋକ ଆମେରିକାରେ ପ୍ରବେଶ କରୁଛନ୍ତି ଏବଂ ସେମାନେ ସେମାନଙ୍କ ସହ ଡ୍ରଗ୍ସ ଆଣୁଛନ୍ତି। ଯଦି କାନାଡା ଏବଂ ମେକ୍ସିକୋ ଚାହାଁନ୍ତି, ସେମାନେ ଏହି ବେଆଇନ ପ୍ରବାସୀମାନଙ୍କୁ ଅଟକାଇ ପାରିବେ ଏବଂ ସେମାନଙ୍କର ମଧ୍ୟ ଏହା କରିବାର ଶକ୍ତି ଅଛି। ତେଣୁ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ଏବଂ ଯଦି କାନାଡା ଏବଂ ମେକ୍ସିକୋ ସେମାନଙ୍କ ସୀମା ଦେଇ ଆମେରିକାକୁ ଆସୁଥିବା ବେଆଇନ ପ୍ରବାସୀମାନଙ୍କୁ ବନ୍ଦ ନ କରନ୍ତି, ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡିବ।

ଟ୍ରମ୍ପ ଚାଇନାକୁ ଟାର୍ଗେଟ କରି କହିଛନ୍ତି, ଚାଇନାରୁ ଡ୍ରଗ୍ସ, ବିଶେଷକରି ଫେଣ୍ଟାନିଲ ଆମେରିକାରେ ଆସୁଛି। ଅତୀତରେ ସେ ଚାଇନା ସହିତ ଡ୍ରଗ୍ସ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଏବଂ ଡ୍ରଗ ବେପାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇନା ମଧ୍ୟ କହିଥିଲା, କିନ୍ତୁ ଏହା ସତ୍ତ୍ୱେ ଆମେରିକାରେ ଫେଣ୍ଟାନିଲ ଔଷଧର କାରବାର ଜାରି ରହିଛି। ଆମ ସରକାର ଚାଇନା ଉପରେ ଡ୍ରଗ୍ସ ରୋକିବାରେ ସକ୍ଷମ ନ ହେବା ପାଇଁ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ।

 

The post ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ appeared first on Dharitri Odia News.