କେବେ ଧମକ-କେବେ ଆଲୋଚନା…ମିଡିଲ୍ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍ଫ୍ୟୁଜ୍ ନୀତି!
ଓ୍ବାଶିଂଟନ,୨୧।୬: ଇରାନ-ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଭୀଷଣ ଯୁଦ୍ଧ ଚାଲିଛି। ଏଥିରେ ଆମେରିକାର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଟ୍ରମ୍ପଙ୍କ କଥାବାର୍ତ୍ତାରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏବେ ସେ ଶାନ୍ତି ସ୍ଥାପନ କରିଥିବା ସୁପରପାଓ୍ବାର ନା ଯୁଦ୍ଧକୁ ଡେଇଁ ଇରାନକୁ ସମ୍ପୂର୍ଣ୍ଣ ଭାବେ ବରବାଦ କରି ଦେବାର କାମ କରିବ। ଏବେ ଦୁଇଟି ବିକଳ୍ପ ଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ବି ଚୟନ କରିପାରୁନାହାନ୍ତି। ନିଜେ ଟ୍ରମ୍ପ […] The post କେବେ ଧମକ-କେବେ ଆଲୋଚନା…ମିଡିଲ୍ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍ଫ୍ୟୁଜ୍ ନୀତି! appeared first on Dharitri Odia News.
ଓ୍ବାଶିଂଟନ,୨୧।୬: ଇରାନ-ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଭୀଷଣ ଯୁଦ୍ଧ ଚାଲିଛି। ଏଥିରେ ଆମେରିକାର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଟ୍ରମ୍ପଙ୍କ କଥାବାର୍ତ୍ତାରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏବେ ସେ ଶାନ୍ତି ସ୍ଥାପନ କରିଥିବା ସୁପରପାଓ୍ବାର ନା ଯୁଦ୍ଧକୁ ଡେଇଁ ଇରାନକୁ ସମ୍ପୂର୍ଣ୍ଣ ଭାବେ ବରବାଦ କରି ଦେବାର କାମ କରିବ। ଏବେ ଦୁଇଟି ବିକଳ୍ପ ଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ବି ଚୟନ କରିପାରୁନାହାନ୍ତି।
ନିଜେ ଟ୍ରମ୍ପ ଏବଂ ତାଙ୍କୁ ଜାଣିଥିବା ବ୍ୟକ୍ତି ଏହାକୁ ଅନ୍ପ୍ରେଡିକ୍ଟେବଲ୍ ନୀତି କହିଥାନ୍ତି। ଏମିତି ଲାଗୁଛି ଟ୍ରମ୍ପଙ୍କ ମୁଣ୍ଡରେ କ’ଣ ଚାଲିଛି ଯେକେହି କହିଦେବ। ହେଲେ ଅସଲରେ ଏହାର ଓଲଟା ହେଉଛି। କେହି ଟ୍ରମ୍ପଙ୍କ ନୀତିକୁ ସେତେବେଳେ ବୁଝିପାରନ୍ତା ଯେତେବେଳେ ସେଥିରେ ସ୍ଥିରତା ଥାନ୍ତା। ହେଲେ ପ୍ରତିଦିନ ଟ୍ରମ୍ପ ନିଜର ବୟାନ ବଦଳାଉଛନ୍ତି। ସେମିତି ନୀତି ମଧ୍ୟ ବଦଳୁଛି।
ପ୍ରଥମେ ଟ୍ରମ୍ପ କହିଥିଲେ ଯେ ଇରାନକୁ ତାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ହେଲେ ଏବେ ସେ କହୁଛନ୍ତି ଯେ ସେ ଇରାନ ଉପରେ ଆକ୍ରମଣ କରିବାକୁ କିଛି ଯୋଜନାରେ ହଁ ଭରି ନାହାନ୍ତି। ଦୁଇ ସପ୍ତାହ ମଧ୍ୟରେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ସେହିଭଳି ଆଉ ଏକ ଚକିତ କଲାଭଳି ଘଟଣାକ୍ରମରେ ଟ୍ରମ୍ପ ଲଗାତାର ଯୁଦ୍ଧ ରୋକିବାର କଥା କହୁଛନ୍ତି, ନିଜ ପାଇଁ ନୋବେଲ ପିସ୍ ପ୍ରାଇଜ୍ ମଧ୍ୟ ଦାବି କରୁଛନ୍ତି, ନିର୍ବାଚନ ପ୍ରଚାର ସମୟରେ ସେ ଆମେରିକାବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇ ସାରିଛନ୍ତି। ଏଣୁ ଟ୍ରମ୍ପଙ୍କ ଏହି କନ୍ଫ୍ୟୁଜ୍ ନୀତି ମିଡିଲ୍ ଇଷ୍ଟକୁ ଅଡ଼ୁଆରେ ପକାଇପାରେ।
ସ୍ପଷ୍ଟ ଭାବେ କହିଲେ ଆମେରିକା ଏବେ ଇସ୍ରାଏଲର ସହାୟତା କରିବ ନାହିଁ। ଇରାନ ଉପରେ ଆକ୍ରମଣ କରିବ କି ନାହିଁ ସେ ବିଷୟରେ ସ୍ପଷ୍ଟ ସୂଚନା ନାହିଁ। ଯୁଦ୍ଧ ରୋକିବାରେ ଟ୍ରମ୍ପଙ୍କ ନୀତି ମଧ୍ୟ ସ୍ପଷ୍ଟ ନାହିଁ। ଅସଲରେ ସମ୍ପୂର୍ଣ୍ଣ ମିଡିଲ୍ ଇଷ୍ଟ ପାଇଁ ଏହା ବଡ଼ ବିପଦ ହୋଇପାରେ।
ଆମେରିକାର ଆକ୍ରମଣ ଡରରେ ଇରାନ କିଛି ଏପରି କରିପାରେ ଯାହା ସେ ଚିନ୍ତା ବି କରିଥାଇ ନ ପାରେ। ଏମିତିରେ ସ୍ପଷ୍ଟ ନୀତି ହିଁ ଶାନ୍ତି ଫେରାଇ ଆଣିପାରେ ବୋଲି କୁହାଯାଉଛି। ହେଲେ ଟ୍ରମ୍ପ ଏଭଳି କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
The post କେବେ ଧମକ-କେବେ ଆଲୋଚନା…ମିଡିଲ୍ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍ଫ୍ୟୁଜ୍ ନୀତି! appeared first on Dharitri Odia News.