ଭାରତ-ବାଂଲାଦେଶ ସୀମାରେ ୩ କୋଟିର ସୁନା ବିସ୍କୁଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୨୩।୧: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାରେ ୩.୦୯ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବିଏସଏଫ କର୍ମଚାରୀମାନେ ଅଙ୍ଗରେଲ ସୀମାର ହଳଦରପାରା ଠାରେ ଦୁଇଟି ସୁନା ଇଟା ଏବଂ ୩୦ ବିସ୍କୁଟ ଜବତ କରିଛନ୍ତି, ଯାହାର ଓଜନ ୪.୮୩ କିଲୋଗ୍ରାମ ବୋଲି କୁହାଯାଉଛି। ଡ୍ୟୁଟିରେ ଥିବା ବିଏସଏଫ କର୍ମଚାରୀମାନେ ବାଂଲାଦେଶ ସୀମାରୁ ଭାରତ ଆଡକୁ ଆସୁଥିବା ଇଚ୍ଛାମତି ନଦୀରେ ତିନି ଜଣଙ୍କୁ ଦେଖିଥିଲେ। ବିଏସଏଫ […] The post ଭାରତ-ବାଂଲାଦେଶ ସୀମାରେ ୩ କୋଟିର ସୁନା ବିସ୍କୁଟ ଜବତ, ଜଣେ ଗିରଫ appeared first on Dharitri Odia News.

ଭାରତ-ବାଂଲାଦେଶ ସୀମାରେ ୩ କୋଟିର ସୁନା ବିସ୍କୁଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୨୩।୧: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାରେ ୩.୦୯ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବିଏସଏଫ କର୍ମଚାରୀମାନେ ଅଙ୍ଗରେଲ ସୀମାର ହଳଦରପାରା ଠାରେ ଦୁଇଟି ସୁନା ଇଟା ଏବଂ ୩୦ ବିସ୍କୁଟ ଜବତ କରିଛନ୍ତି, ଯାହାର ଓଜନ ୪.୮୩ କିଲୋଗ୍ରାମ ବୋଲି କୁହାଯାଉଛି।

ଡ୍ୟୁଟିରେ ଥିବା ବିଏସଏଫ କର୍ମଚାରୀମାନେ ବାଂଲାଦେଶ ସୀମାରୁ ଭାରତ ଆଡକୁ ଆସୁଥିବା ଇଚ୍ଛାମତି ନଦୀରେ ତିନି ଜଣଙ୍କୁ ଦେଖିଥିଲେ। ବିଏସଏଫ କର୍ମଚାରୀ ତିନିଜଣଙ୍କ ପିଛା କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ଜଣେ ଧରାପଡିଥିଲେ। ରବିବାର ଅପରାହ୍ନ ୩ ଟାରେ ଏହି ଘଟଣା ଘଟିଥିଲା।

The post ଭାରତ-ବାଂଲାଦେଶ ସୀମାରେ ୩ କୋଟିର ସୁନା ବିସ୍କୁଟ ଜବତ, ଜଣେ ଗିରଫ appeared first on Dharitri Odia News.