IPL 2025ରେ ଧୋନୀଙ୍କ ସ୍ଥାନ ନେବେ ପନ୍ତ, ମୁମ୍ବାଇ ଛାଡ଼ିବେ ରୋହିତ-ସୂର୍ଯ୍ୟକୁମାର; ଆର୍ସିବିରେ ବି…
ନୂଆଦିଲ୍ଲୀ,୨୦।୭: ଆଇପିଏଲ ୨୦୨୫ ପୂର୍ବରୁ ମେଗା ଅକ୍ସନ କରାଯିବ। ଏହି ନିଲାମୀ ଯୋଗୁ ସମସ୍ତ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ଅକ୍ସନରେ ବରିଷ୍ଠ ଖେଳାଳିଙ୍କୁ ରିଟେନ୍ କରାଯାଉଥିବା ନଜର ଆସିଥିଲେ ହେଁ ୨୦୨୫ରେ ଏଭଳି ହୋଇ ନ ପାରେ। କାରଣ ଅନେକ ପ୍ରମୁଖ ଖେଳାଳି ଦଳ ବଦଳ କରିପାରନ୍ତି। ସେଥିରେ ଋଷଭ ପନ୍ତ, ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଭଳି ଖେଳାଳି ଅଛନ୍ତି। ଦୈନିକ ଜାଗରଣର ରିପୋର୍ଟ ମୁତାବକ, କେବଳ ରୋହିତ ଶର୍ମା […] The post IPL 2025ରେ ଧୋନୀଙ୍କ ସ୍ଥାନ ନେବେ ପନ୍ତ, ମୁମ୍ବାଇ ଛାଡ଼ିବେ ରୋହିତ-ସୂର୍ଯ୍ୟକୁମାର; ଆର୍ସିବିରେ ବି… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୭: ଆଇପିଏଲ ୨୦୨୫ ପୂର୍ବରୁ ମେଗା ଅକ୍ସନ କରାଯିବ। ଏହି ନିଲାମୀ ଯୋଗୁ ସମସ୍ତ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ଅକ୍ସନରେ ବରିଷ୍ଠ ଖେଳାଳିଙ୍କୁ ରିଟେନ୍ କରାଯାଉଥିବା ନଜର ଆସିଥିଲେ ହେଁ ୨୦୨୫ରେ ଏଭଳି ହୋଇ ନ ପାରେ। କାରଣ ଅନେକ ପ୍ରମୁଖ ଖେଳାଳି ଦଳ ବଦଳ କରିପାରନ୍ତି। ସେଥିରେ ଋଷଭ ପନ୍ତ, ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଭଳି ଖେଳାଳି ଅଛନ୍ତି।
ଦୈନିକ ଜାଗରଣର ରିପୋର୍ଟ ମୁତାବକ, କେବଳ ରୋହିତ ଶର୍ମା ନୁହନ୍ତି ବରଂ ତାଙ୍କର ନିକଟତର ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପାରନ୍ତି। କେକେଆର ଆସନ୍ତାବର୍ଷ ନିଲାମୀରେ ଦୁହିଁଙ୍କୁ କିଣିପାରେ। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ନେଇ ସନ୍ତୁଷ୍ଟ ନୁହେଁ। ଏଣୁ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଲାମୀରେ କିଣି ପାରେ। ଯଦି ଧୋନୀ ୨୦୨୫ ଆଇପିଏଲ୍ ନ ଖେଳନ୍ତି ତେବେ ଫ୍ରାଞ୍ଚାଇଜ୍ ପନ୍ତଙ୍କୁ କିଣିପାରେ।
ସେହିଭଳି ଏଲ୍ଏସ୍ଜି ଅଧିନାୟକ କେ ଏଲ୍ ରାହୁଲ ଫ୍ରାଞ୍ଚାଇଜ୍ ମଧ୍ୟ ଛାଡ଼ି ପାରନ୍ତି। କାରଣ ପୂର୍ବ ମ୍ୟାଚ୍ ସମୟରେ ମାଲିକ ସଞ୍ଜିବ ଗୋଏଙ୍କାଙ୍କ ସହ ତାଙ୍କର କଥା କଟାକଟି ବୋଲି କୁହାଯାଏ। ଏମିତିରେ ଆର୍ସିବି ତାଙ୍କୁ କିଣି ଦଳର ଅଧିନାୟକ କରିପାରେ। ଫାଫ୍ ଡୁ ପ୍ଲେସିସ୍ ଗତ ୩ ସିଜନରେ ଦଳର ନେତୃତ୍ୱ ନେଇଥିଲେ ହେଁ ଦଳକୁ ବିଜେତା କରିପାରିନାହାନ୍ତି। ଏଣୁ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଏପରିକି ଏଥର ବାଙ୍ଗାଲୋର ଭାରତୀୟ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବ ବୋଲି ଆଲୋଚନା ହେଉଛି।
The post IPL 2025ରେ ଧୋନୀଙ୍କ ସ୍ଥାନ ନେବେ ପନ୍ତ, ମୁମ୍ବାଇ ଛାଡ଼ିବେ ରୋହିତ-ସୂର୍ଯ୍ୟକୁମାର; ଆର୍ସିବିରେ ବି… appeared first on Dharitri Odia News.