ରାଶିଫଳ: ସୋମବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆଜି ଶନି ଦୃଷ୍ଟିରେ ଚନ୍ଦ୍ର ହେତୁ ବୃଥା ସନ୍ଦେହଜନିତ ଅନ୍ୟମନସ୍କ ଯୋଗୁ ମନ ବିଚଳିତ ରହିପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ବୃଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଦିଗରୁ ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ। ଅଧ୍ୟାପନା, ସାହିତ୍ୟ, […] The post ରାଶିଫଳ: ସୋମବାର, ଜାନୁଆରୀ ୨୯ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଜାନୁଆରୀ ୨୯ ତାରିଖ – Daily Horoscope
ମେଷ
ଆଜି ଶନି ଦୃଷ୍ଟିରେ ଚନ୍ଦ୍ର ହେତୁ ବୃଥା ସନ୍ଦେହଜନିତ ଅନ୍ୟମନସ୍କ ଯୋଗୁ ମନ ବିଚଳିତ ରହିପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଦିଗରୁ ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ। ଅଧ୍ୟାପନା, ସାହିତ୍ୟ, ସଂସ୍କୃତି, କଳା ଓ ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ। ଆନୁଷ୍ଠାନିକ କାମରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବାର ସୂଚନା ରହିଛି।
ମିଥୁନ
ମିଥୁନ
ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ସାମାଜିକ ସ୍ତରରେ କାମ ହାସଲ ସକାଶେ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ। ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଫିସ୍‌ରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ସଫଳତା ମିଳିବ ଏବଂ ଲକ୍ଷ୍ୟ ହାସଲ କାରଣରୁ ମନ ପ୍ରଫୁଲ୍ଲ ରହିବ।
କର୍କଟ
କର୍କଟ
ପାପଗ୍ରହଜନିତ ଚନ୍ଦ୍ରଙ୍କ କୁଫଳ ପ୍ରଭାବରେ ଥଣ୍ଡା କାଶ ଲାଗିରହିବ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି। ଅଟକି ରହିଥିବା କାମଟି ଦିନ ଗୋଟାଏ ପରେ ଜଣେ ବନ୍ଧୁଙ୍କ ଦ୍ୱାରା ସମ୍ପନ୍ନ ହେବ। ଯାତ୍ରା ସମୟରେ ଅନ୍ୟମନସ୍କ ରହିଲେ ଆକସ୍ମିକ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସି˚ହ
ସି˚ହ
ଶନିକ୍ଷେତ୍ରସ୍ଥ ରବିଙ୍କ ଯୋଗୁ ଅଧିକାଂଶ ସମୟରେ ନକାରାମତ୍କ ଚିନ୍ତାଧାରା ଯୋଗୁ ସାମୟିକ ଚିନ୍ତିତ ରହିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନ ଦୂରେଇ ଯିବାର ସୂଚନା ରହିଛି। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ବନ୍ଧୁଙ୍କ ସହ ମିଶି କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି।
କନ୍ୟା
ଆଜି କୌଣସି ବ୍ୟକ୍ତି ଫାଇଦା ପାଇଁ ଫନ୍ଦିଫିକର କରିପାରନ୍ତି। ଚନ୍ଦ୍ରଙ୍କ ପ୍ରତି ଗୁରୁଦୃଷ୍ଟି ଅର୍ଥ,ସମ୍ମାନ ଓ ଆଦର ଗୌରବ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ଆଲୋଚନା କିମ୍ବା ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ତୁଳା
ତୁଳା
ସପ୍ତମସ୍ଥ ଗୁରୁଙ୍କ ଯୋଗୁ ଆର୍ଥିକ ଉନ୍ନତି, ପାରିବାରିକ ସୁସମ୍ପର୍କ ରହିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଅଫିସ୍‌ କାମର ଜଞ୍ଜାଳ ବଳିଯିବାର ସାମାନ୍ୟ ଫୁରୁସତ୍‌ ମଧ୍ୟ ପାଇବେ ନାହିଁ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଶୁଭସ୍ଥାନସ୍ଥ ଚନ୍ଦ୍ର ପ୍ରଭାବରୁ କର୍ମାରମ୍ଭ, ସଭାସମିତି ଓ ପାରିବାରିକ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ଜ୍ୟେଷ୍ଠା ନକ୍ଷତ୍ର ବ୍ୟକ୍ତି ଚେଷ୍ଟା କରୁଥିବା କାମ ସୁବିଧାରେ ନ ହେବାରୁ ମାନସିକ ବ୍ୟଥା ଅନୁଭବ କରିବେ। ଆଲୋଚନା ପରିସରରେ ତର୍କବିତର୍କ ଯୋଗୁଁ ହଇରାଣ ହୋଇପାରନ୍ତି। ପାଉ ନ ଥିବା ଜିନିଷଟି ମିଳିଯିବାରୁ ଆନନ୍ଦ ଅନୁଭବ କରିବେ।
ଧନୁ
ଧନୁ
ଶୁଭଗ୍ରହମାନଙ୍କ କୃପାରୁ ପାରସ୍ପରିକ ସହାନୁଭୂତିଶୀଳ କାରଣରୁ ଜୀବନଯାତ୍ରା ସରଳ ରହିବ। ଆହୁରି ଅଧିକ ପାଇବା ସକାଶେ ଆଶାୟୀ ଥିବା ନିଜ ଲୋକଙ୍କଠାରୁ ଆସ୍ଥା ହରାଇ ବସିବେ। ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତିତ ରହିପାରନ୍ତି। ଛୋଟକଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସୂଚନା ରହିଛି।
ମକର
ମକର
ଦୀର୍ଘଦିନର କଳ୍ପନା ପ୍ରସୂତ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ। ଅଷ୍ଟମସ୍ଥ ଚନ୍ଦ୍ର ହେତୁକ ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା କମିବ କିନ୍ତୁ ବିଭିନ୍ନ ବାଟରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ବୁଝିବିଚାରି କାମ ନ କଲେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କୁମ୍ଭ
କୁମ୍ଭ
ଶନିଙ୍କ ଦୃଷ୍ଟିଜନିତ ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମନ ଦୁଃଖ ରହିବ। ଈର୍ଷାପରାୟଣ ବନ୍ଧୁ କିମ୍ବା ସହକର୍ମୀଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଅଶାନ୍ତି ବଢ଼ିବ। ବ୍ୟବସାୟ କିମ୍ବା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସମ୍ପର୍କୀୟଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ।
ମୀନମୀନ

କର୍ମଭାବରେ ଏକାଧିକ ଗ୍ରହ ଥିବାରୁ ପ୍ରଭାବରୁ ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଜୟଗାନରୁ ପ୍ରଶଂସିତ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।

The post ରାଶିଫଳ: ସୋମବାର, ଜାନୁଆରୀ ୨୯ ତାରିଖ – Daily Horoscope appeared first on Dharitri Odia News.