ସମୀରଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୧୨।୭: ଭାଜପା ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି କରାଯାଇଛି। ସେହିପରି ଆଶୀର୍ବାଦ ବେହେରାଙ୍କୁ ଫାଓର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ଥିଲା। ହେଲେ ନିର୍ବାଚନ ପୂର୍ବରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। The post ସମୀରଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.
ଭୁବନେଶ୍ୱର,୧୨।୭: ଭାଜପା ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି କରାଯାଇଛି। ସେହିପରି ଆଶୀର୍ବାଦ ବେହେରାଙ୍କୁ ଫାଓର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ଥିଲା। ହେଲେ ନିର୍ବାଚନ ପୂର୍ବରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
The post ସମୀରଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.