ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୩।୩: ବିମାନ କର୍ମଚାରୀଙ୍କ ଡ୍ୟୁଟି ସମୟସୀମା ନିୟମାବଳୀ ଏବଂ ଥକାପଣ ପରିଚାଳନା ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜାନୁଆରୀରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପଟ୍‌ ଅଡିଟ୍‌ କରିବା ପରେ କର୍ମଚାରୀମାନଙ୍କ ସୁରକ୍ଷା ଗାଇଡ୍‌ଲାଇନର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ ମାର୍ଚ୍ଚ ୧ରେ ଏୟାରଇଣ୍ଡିଆକୁ ଡିଜିସିଏ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏୟାରଲାଇନ୍ସର ଜବାବ ସନ୍ତୋଷଜନକ ନ ଥିବା ଦର୍ଶାଇ ଡିଜିସିଏ ଏହାକୁ ୮୦ ଲକ୍ଷ ଟଙ୍କା […] The post ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଜରିମାନା appeared first on Dharitri Odia News.

ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୩।୩: ବିମାନ କର୍ମଚାରୀଙ୍କ ଡ୍ୟୁଟି ସମୟସୀମା ନିୟମାବଳୀ ଏବଂ ଥକାପଣ ପରିଚାଳନା ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜାନୁଆରୀରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପଟ୍‌ ଅଡିଟ୍‌ କରିବା ପରେ କର୍ମଚାରୀମାନଙ୍କ ସୁରକ୍ଷା ଗାଇଡ୍‌ଲାଇନର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ ମାର୍ଚ୍ଚ ୧ରେ ଏୟାରଇଣ୍ଡିଆକୁ ଡିଜିସିଏ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏୟାରଲାଇନ୍ସର ଜବାବ ସନ୍ତୋଷଜନକ ନ ଥିବା ଦର୍ଶାଇ ଡିଜିସିଏ ଏହାକୁ ୮୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛି। ରିପୋର୍ଟ ଏବଂ ତଥ୍ୟପ୍ରମାଣର ଅନୁଧ୍ୟାନରୁ ଏୟାର ଇଣ୍ଡିଆ ୬୦ ବର୍ଷରୁ ଊର୍ଦ୍ଧ୍ୱ ଉଭୟ ବିମାନ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଜଣାପଡ଼ିଥିଲା, ଯାହାକି ବିମାନ ନିୟମାବଳୀ, ୧୯୩୭ ରୁଲ୍‌ ୨୮ଏ’ର ସବ୍‌ ରୁଲ୍‌ (୨)ର ଉଲ୍ଲଂଘନ ବୋଲି ଡିଜିସିଏ ଏକ ବିବୃତିରେ କହିଛି।

The post ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଜରିମାନା appeared first on Dharitri Odia News.