ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ
ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି। ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ ବିଧାୟକ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ସେଠୀ, ଡ଼ଃ ରବୀନ୍ଦ୍ର କୁମାର ସେଠୀ ଏବଂ ଏବେକାର ବିଧାୟକ ସମୀର ରଞ୍ଜନ ଦାଶ ରାଜ୍ୟ ସରକାରରେ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ । ଗୋବିନ୍ଦ ସେଠୀ ଏବଂ ରବୀନ୍ଦ୍ର କୁମାର ସେଠୀ ମନ୍ତ୍ରୀ ହେବା ପରେ ଆଉ ବିଧାନସଭା ଦେଖି ନ ଥିଲେ। ସେହିକ୍ରମରେ […] The post ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ appeared first on Dharitri Odia News.
ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି। ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ ବିଧାୟକ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ସେଠୀ, ଡ଼ଃ ରବୀନ୍ଦ୍ର କୁମାର ସେଠୀ ଏବଂ ଏବେକାର ବିଧାୟକ ସମୀର ରଞ୍ଜନ ଦାଶ ରାଜ୍ୟ ସରକାରରେ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ । ଗୋବିନ୍ଦ ସେଠୀ ଏବଂ ରବୀନ୍ଦ୍ର କୁମାର ସେଠୀ ମନ୍ତ୍ରୀ ହେବା ପରେ ଆଉ ବିଧାନସଭା ଦେଖି ନ ଥିଲେ। ସେହିକ୍ରମରେ ଦେଖିଲେ ଏବେକାର ବିଧାୟକ ସମୀରଙ୍କ କ୍ଷେତ୍ରରେ ତାହା ହେବାକୁ ଯାଉଛି। ବିଜେଡି ବୁଧବାର ନିମାପଡ଼ା ପାଇଁ ଦିଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା ପରେ ସମୀରଙ୍କ ଆଶା ମଉଳି ଯାଇଛି।
ସୂଚନାଯୋଗ୍ୟ, ସ୍ବର୍ଗତଃ ଗୋବିନ୍ଦ ସେଠୀ ୩, ୫ ଏବଂ ୭ମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶେଷପାଳିରେ ଉପମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସ୍ବର୍ଗତଃ ସେଠୀ । ସେହିଭଳି ଡ଼ଃ ରବୀନ୍ଦ୍ର କୁମାର ସେଠୀ ୮ମ, ୯ମ ଏବଂ ୧୧ଶ ବିଧାନସଭାକୁ ନିିର୍ବାଚିତ ହୋଇଥିଲେ। ଶେଷପାଳିରେ ଡ଼ଃ ସେଠୀ ରାଷ୍ଟ୍ରମନ୍ତ୍ରୀ ପଦ ସମ୍ଭାଳି ଥିଲେ। ଏବେକାର ବିଧାୟକ ସମୀର ରଞ୍ଜନ ଦାଶ ୧୪, ୧୫ ଏବଂ ୧୬ଶ ବିଧାନସଭାରେ ସଦସ୍ୟ ହୋଇ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ବୁଧବାର ବିଜେଡି ଟିକେଟ ଘୋଷଣା ପରେ ବର୍ତମାନ ସମୀର ଦାଶ ସେହି ରାସ୍ତାର ପଥିକ ହେବାକୁ ଯାଉଛନ୍ତି । ଖାଲି ସେତିକି ନୁହେଁ, ନିମାପଡ଼ାରେ କେହି ବି ଚତୁର୍ଥଥର ବିଧାୟକ ହୋଇନାହାନ୍ତି ।
The post ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ appeared first on Dharitri Odia News.