ହୋଟେଲ ଉଦ୍ୟୋଗରେ ତିହାରର ୭୦୦ କଏଦୀ ନିଯୁକ୍ତ
ନୂଆଦିଲ୍ଲୀ, ୧୭।୪: ତିହାର ଜେଲ୍ର ପ୍ରାୟ ୭୦୦ କଏଦୀ ହୋଟେଲ ଉଦ୍ୟୋଗରେ ନିଯୁକ୍ତି ପାଇଛନ୍ତି। ସେହିପରି ୧୨୦୦ରୁ ଅଧିକ କଏଦୀ ଜେଲରୁ ମୁକୁଳିବା ପରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ୧୯୮୯ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିଓ୍ବାଲ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟର ସହଯୋଗରେ ଜେଲ ମଧ୍ୟରେ କୌଶଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସେ ସୂଚନା […] The post ହୋଟେଲ ଉଦ୍ୟୋଗରେ ତିହାରର ୭୦୦ କଏଦୀ ନିଯୁକ୍ତ appeared first on Dharitri Odia News.
ନୂଆଦିଲ୍ଲୀ, ୧୭।୪: ତିହାର ଜେଲ୍ର ପ୍ରାୟ ୭୦୦ କଏଦୀ ହୋଟେଲ ଉଦ୍ୟୋଗରେ ନିଯୁକ୍ତି ପାଇଛନ୍ତି। ସେହିପରି ୧୨୦୦ରୁ ଅଧିକ କଏଦୀ ଜେଲରୁ ମୁକୁଳିବା ପରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ୧୯୮୯ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିଓ୍ବାଲ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟର ସହଯୋଗରେ ଜେଲ ମଧ୍ୟରେ କୌଶଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅନୁସାରେ ୭୦୦ରୁ ଊର୍ଦ୍ଧ୍ୱ କଏଦୀ ହୋଟେଲ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଇଥିବା ବେଳେ ୧୨୦୦ରୁ ଅଧିକ କଏଦୀ ମେଡିକାଲରେ ନିଯୁକ୍ତି ପାଇବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ବିଚାରାଧୀନ କଏଦୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୨୦୨୩ ପ୍ରାରମ୍ଭରୁ ଜେଲ୍ ମଧ୍ୟରେ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରାଯାଉଥିବା ସେ କହିଛନ୍ତି। ସେହିପରି ଜେଲରେ କଏଦୀ ମାନଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବ କଏଦୀମାନଙ୍କ ଉପରେ ପଡ଼ୁଥିବା ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାଦ୍ୱାରା କଏଦୀମାନେ ନିଜ ଭୁଲ ସମ୍ପର୍କରେ ଲେଖିବା ସହ ଜେଲ୍ରୁ ମୁକୁଳିବା ପରେ ଆଉ କେବେ ମଧ୍ୟ କୌଣସି ଅପରାଧ କରିବେ ନାହିଁ ବୋଲି ଶପଥ ନେଉଥିବା ବେନିଓ୍ବାଲ କହିଛନ୍ତି।୨୦୨୨ ନଭେମ୍ବରରେ ତିହାର ଜେଲ୍ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେନିଓ୍ବାଲ ଜେଲଦଣ୍ଡ ସରିବା ପରେ କଏଦୀମାନଙ୍କୁ ନିଯୁକ୍ତି ମିଳୁଥିବା ଖବରପାଇ ଖୁସିବ୍ୟକ୍ତ କରିଛନ୍ତି।
The post ହୋଟେଲ ଉଦ୍ୟୋଗରେ ତିହାରର ୭୦୦ କଏଦୀ ନିଯୁକ୍ତ appeared first on Dharitri Odia News.