‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’

ନୂଆଦିଲ୍ଲୀ,୨୩ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ଦିନକ ପରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ବିରୋଧୀ ଦଳଗୁଡ଼ିକର ମୁହଁ ବନ୍ଦ କରିବା ପାଇଁ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଇଣ୍ଡିଆ ନେତାମାନେ ଏହି ମର୍ମରେ ଇସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। […] The post ‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’ appeared first on Dharitri Odia News.

‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’
ନୂଆଦିଲ୍ଲୀ,୨୩ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ଦିନକ ପରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ବିରୋଧୀ ଦଳଗୁଡ଼ିକର ମୁହଁ ବନ୍ଦ କରିବା ପାଇଁ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଇଣ୍ଡିଆ ନେତାମାନେ ଏହି ମର୍ମରେ ଇସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନିକଟରେ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଟାର୍ଗେଟ କରିବା ଲାଗି ଭାଜପା କିପରି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରିଛି, ତା’ର  ଏକ ତାଲିକା ମଧ୍ୟ ଇସିଙ୍କୁ ଦିଆଯାଇଛି। ନିର୍ବାଚନରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଇଡି ସମେତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଆୟକର (ଆଇଟି) ବିଭାଗର ମୁଖ୍ୟମାନଙ୍କୁ ବଦଳାଇବାକୁ ‘ଇଣ୍ଡିଆ’ ନେତାମାନେ ଦାବି କରିଛନ୍ତି।
ଇସିଙ୍କୁ ସାକ୍ଷାତ ପରେ କଂଗ୍ରେସ ନେତା ଅଭିଷେକମନୁ ସିଂଘଭୀ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ସାଧାରଣ ଅଭିଯୋଗ ନୁହେଁ। ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚାକୁ ପ୍ରଭାବିତ କରି ନୂ୍ୟନ ଓ ଧ୍ୱସ୍ତ କରିଦେବା ଭଳି ଏହା ଏକ ବୃହତ୍‌ ପ୍ରସଙ୍ଗ। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେଉଛି ଗଣତନ୍ତ୍ରର ହୃଦୟ ତଥା ଆମତ୍ା। ସୁପ୍ରିମକୋର୍ଟ ମଧ୍ୟ ଲଗାତର ଏହି ବିଷୟ କହିଆସିଛନ୍ତି। ଏହାସତ୍ତ୍ୱେ ୨୦ ବର୍ଷ ପୁରୁଣା ମାମଲାଗୁଡ଼ିକୁ ମଧ୍ୟ ଉଜ୍ଜୀବିତ କରି ବିରୋଧୀଙ୍କୁ ଟାର୍ଗେଟ କରାଯାଉଛି। ଭାରତର ୭୫ ବର୍ଷ ଇତିହାସରେ କେବେ ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇ ନ ଥିଲା। କିନ୍ତୁ ଶାସକ ଦଳର କୌଣସି ଜଣେ ହେଲେ ବ୍ୟକ୍ତିଙ୍କୁ ଗିରଫ କରାଯାଉ ନାହିଁ ବୋଲି ଇସିଙ୍କୁ ବିରୋଧୀ ନେତାମାନେ ଅବଗତ କରାଇଛନ୍ତି। ଅନ୍ତତଃ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ ଇଡି, ସିବିଆଇ ଏବଂ ଆଇଟି ବିଭାଗ ମୁଖ୍ୟଙ୍କୁ ବଦଳି କରିବା ଜରୁରୀ ବୋଲି ସେମାନେ ଇସିଙ୍କୁ କହିଛନ୍ତି।

The post ‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’ appeared first on Dharitri Odia News.