ମିଆଁମାର ସୀମାରେ ଭାରତୀୟ ସେନାର ଡ୍ରୋନ୍ ହମଲା... ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଥିବା ଉଗ୍ରବାଦୀ ସଙ୍ଗଠନ ର ଦାବି
ନୂଆଦିଲ୍ଲୀ : ମିଆଁମାରର ସାଗିଙ୍ଗ୍ ଅଞ୍ଚଳରେ ଉଗ୍ରବାଦୀ ସଙ୍ଗଠନ ULFA (I) ଦାବି କରିଛି ଯେ, ଭାରତୀୟ ସେନା ମିଆଁମାର ସୀମାରେ ତାଙ୍କ ଶିବର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ULFA (I) ଅନୁସାରେ, ଏହି ହମଲାରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୧୯ ଜଣ ଲୋକ ଆହତ ହୋଇଛନ୍ତି। ହେଲେ , ପ୍ରତିରକ୍ଷା ମୁଖପାତ୍ର ଏହି ଘଟଣା ବିଷୟରେ ଜାଣିଥିବା ମନା କରିଛନ୍ତି। ସେନା ଏହିପରି କୌଣସି ବି ଅପରେସନର ସୂଚନା ପାଇ ନଥିବା କହିଛନ୍ତି। ULFA ଦାବି କରିଛି ଯେ ,ଏହି ହମଲାରେ ତାଙ୍କର ଜଣେ ସିନିୟର ଲିଡରଙ୍କର ମୃତ୍ୟୁ ହୋଇଛି।ULFA (I) ଏକ ବୟାନରେ କହିଛି ଯେ, ଅନେକ ମୋବାଇଲ ଶିବିରକୁ ପ୍ରାତଃ ସମୟରେ ଡ୍ରୋନ୍ରେ ହମଲା କରାଯାଇଛି। ଏହି ସଙ୍ଗଠନର ଦାବି ଯେ, ଏହି ହମଲାରେ ପ୍ରତିବନ୍ଧିତ ସଙ୍ଗଠନର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଛି , ପାଖାପାଖି ୧୯ଜଣ ଆହତ ହୋଇଛନ୍ତି। ULFA ର ଏହି ଦାବିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି, ଭାରତୀୟ ସେନା ପାଖରେ ଏହିପରି କୌଣସି ବି ଅପରେସନର କିଛି ସୂଚନା ନାହିଁ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହି ଡ୍ରୋନ୍ ଆକ୍ରମଣରେ ULFA-I ବ୍ୟତୀତ NSCN-K ଆଡ୍ଡାଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ସଂଗଠନର ଅନେକ କର୍ମୀ ମଧ୍ୟ ନିହତ ହୋଇଛନ୍ତି। ତଥାପି, ସେନାର ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ଆସି ନାହିଁ।ULFA-I ୧୯୭୯ ମସିହାରେ ଗଠିତ ହୋଇଥିଲା- ୟୁ
ନୂଆଦିଲ୍ଲୀ : ମିଆଁମାରର ସାଗିଙ୍ଗ୍ ଅଞ୍ଚଳରେ ଉଗ୍ରବାଦୀ ସଙ୍ଗଠନ ULFA (I) ଦାବି କରିଛି ଯେ, ଭାରତୀୟ ସେନା ମିଆଁମାର ସୀମାରେ ତାଙ୍କ ଶିବର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ULFA (I) ଅନୁସାରେ, ଏହି ହମଲାରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୧୯ ଜଣ ଲୋକ ଆହତ ହୋଇଛନ୍ତି। ହେଲେ , ପ୍ରତିରକ୍ଷା ମୁଖପାତ୍ର ଏହି ଘଟଣା ବିଷୟରେ ଜାଣିଥିବା ମନା କରିଛନ୍ତି। ସେନା ଏହିପରି କୌଣସି ବି ଅପରେସନର ସୂଚନା ପାଇ ନଥିବା କହିଛନ୍ତି। ULFA ଦାବି କରିଛି ଯେ ,ଏହି ହମଲାରେ ତାଙ୍କର ଜଣେ ସିନିୟର ଲିଡରଙ୍କର ମୃତ୍ୟୁ ହୋଇଛି।
ULFA (I) ଏକ ବୟାନରେ କହିଛି ଯେ, ଅନେକ ମୋବାଇଲ ଶିବିରକୁ ପ୍ରାତଃ ସମୟରେ ଡ୍ରୋନ୍ରେ ହମଲା କରାଯାଇଛି। ଏହି ସଙ୍ଗଠନର ଦାବି ଯେ, ଏହି ହମଲାରେ ପ୍ରତିବନ୍ଧିତ ସଙ୍ଗଠନର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଛି , ପାଖାପାଖି ୧୯ଜଣ ଆହତ ହୋଇଛନ୍ତି। ULFA ର ଏହି ଦାବିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି, ଭାରତୀୟ ସେନା ପାଖରେ ଏହିପରି କୌଣସି ବି ଅପରେସନର କିଛି ସୂଚନା ନାହିଁ।

ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହି ଡ୍ରୋନ୍ ଆକ୍ରମଣରେ ULFA-I ବ୍ୟତୀତ NSCN-K ଆଡ୍ଡାଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ସଂଗଠନର ଅନେକ କର୍ମୀ ମଧ୍ୟ ନିହତ ହୋଇଛନ୍ତି। ତଥାପି, ସେନାର ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ଆସି ନାହିଁ।
ULFA-I ୧୯୭୯ ମସିହାରେ ଗଠିତ ହୋଇଥିଲା-
ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ULFA )ହେଉଛି ଆସାମରେ ସକ୍ରିୟ ଏକ ପ୍ରମୁଖ ଉଗ୍ରବାଦୀ ସଂଗଠନ, ଯାହା ୧୯୭୯ ମସିହାରେ ଗଠିତ ହୋଇଥିଲା। ସେହି ସମୟରେ ପରେଶ ବରୁଆ ତାଙ୍କ ସାଥୀଙ୍କ ସହ ମିଶି ଏହି ସଂଗଠନ ଗଠନ କରିଥିଲେ। ଏହାର କାରଣ ଥିଲା ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ଆସାମକୁ ଏକ ସ୍ୱାୟତ୍ତ ଏବଂ ସାର୍ବଭୌମ ରାଜ୍ୟ କରିବା। କେନ୍ଦ୍ର ସରକାର ୧୯୯୦ ମସିହାରେ ଏହାକୁ ନିଷିଦ୍ଧ କରି ଥିଲେ ଏବଂ ଏକ ସାମରିକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ।
୨୦୦୮ ମସିହାରେ, ULFA ନେତା ଅରବିନ୍ଦ ରାଜଖୋୱାଙ୍କୁ ବାଂଲାଦେଶରୁ ଗିରଫ କରାଯାଇ ଥିଲା ଏବଂ ପରେ ଭାରତକୁ ହସ୍ତାନ୍ତର କରାଯାଇ ଥିଲା। ଉଲଫାର ଆତଙ୍କ ଯୋଗୁଁ ଚା ବ୍ୟବସାୟୀମାନେ ଥରେ ଆସାମ ଛାଡି ଦେଇଥିଲେ।