CBI କଷ୍ଟଡିରେ ଏମିତି କଟୁଛି ସନ୍ଦୀପ ଘୋଷଙ୍କ ରାତି, ନିଦ ହେଉନି କି ମନକୁ ଆସୁନି ଶାନ୍ତି

ପଶ୍ଚିମବଙ୍ଗ ୦୫/୦୯: ୮ ଦିନିଆ ରିମାଣ୍ଡରେ  ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । କଲେଜରେ ହୋଇଥିବା ଦୁର୍ନୀତିର ଖୋଳତାଡ କରିବ ସିବିଆଇ । ତେବେ ଭାରି କଷ୍ଟରେ କଟିଥିଲା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ପ୍ରଥମ ରାତି । ମଙ୍ଗଳବାର ଥିବାରୁ ମିଳିଥିଲା ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ । ହେଲେ ଯାହାକୁ ବିନା ଇଚ୍ଛାରେ ଗ୍ରହଣ କରିଥିଲେ ସେ । ତେବେ ଆଶ୍ଚର୍ଯ୍ୟର କଥା ଆଖିରେ ଟିକିଏ ହେଲେ ବି ପଡିନଥିଲା ପଲକ । ଏପଟ ସେପଟ ଛଟପଟ ହୋଇ ପାହିଯାଇଥିଲା ରାତି । ବିଳାସପୂର୍ଣ୍ଣ ଜୀବନଶୈଳୀରୁ ଏବେ ଲକ୍‌ଅପ୍‌ । ସନ୍ଦୀପ ଘୋଷଙ୍କ ନୂଆ ଠିକଣା ନିଜାମ ପ୍ୟାଲେସ ଦ୍ୱିତୀୟ ଏମଏସଏ ବିଲ୍ଡିଂର ୧୪ ମହଲା । ଲକ୍‌ଅପ୍‌କୁ ଜଗିଛନ୍ତି ଚାରିଜଣ ସଶସ୍ତ୍ର CRPF କର୍ମଚାରୀ । ଅତି କମ୍‌ରେ ୭ ଦିନ କାଟିବ ସନ୍ଦୀପ ଘୋଷ । ସେପ୍ଟେମ୍ବର ୧୦ରେ ଅଲୀପୁର କୋର୍ଟରେ ହାଜର ପରେ ପରବର୍ତ୍ତୀ ନିଷ୍ପତ୍ତି । ଯାହା ଜଣାପଡୁଛି ନିଜର ଗିରପଦାରୀକୁ ଏଯାଏଁ ଗ୍ରହଣ କରିପାରିନାହାଁନ୍ତି ସନ୍ଦୀପ । ଖାସ୍ ସେଥିପାଇଁ ସାଧାରଣ କଏଦୀଙ୍କ ଭଳି ପାରୁନାହାଁନ୍ତି ଚଳି । ଆଗକୁ କେମିତି କାଟିବ ଏତେ ଦିନ ସେ ନେଇ ଚିନ୍ତିତ । କାଳୀ ପୂଜା ଥିବାରୁ ସନ୍ଦୀପଙ୍କୁ ରାତ୍ରୀ ଭୋଜନରେ ପରଷା ଯାଇଥିଲା ଶୁଦ୍ଧ ଶାକାହାରୀ ଭୋଜନ । କାରଣ ସେ ଥିଲେ ଇଶ୍ବର ବିଶ୍ୱାସୀ । ସେଥିପାଇଁ ପ୍ରତିଦିନ ସକାଳେ ଯାଆନ୍ତି ବାଲଜୀ ମନ୍ଦିର । ଯାହା କି କୋଲକାତାର ବେଲିୟାଗାଟା ଅଞ୍ଚଳରେ

CBI କଷ୍ଟଡିରେ ଏମିତି କଟୁଛି ସନ୍ଦୀପ ଘୋଷଙ୍କ ରାତି, ନିଦ ହେଉନି କି ମନକୁ ଆସୁନି ଶାନ୍ତି

ପଶ୍ଚିମବଙ୍ଗ ୦୫/୦୯: ୮ ଦିନିଆ ରିମାଣ୍ଡରେ  ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ  କଲେଜରେ ହୋଇଥିବା ଦୁର୍ନୀତିର ଖୋଳତାଡ କରିବ ସିବିଆଇ  ତେବେ ଭାରି କଷ୍ଟରେ କଟିଥିଲା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ପ୍ରଥମ ରାତି  ମଙ୍ଗଳବାର ଥିବାରୁ ମିଳିଥିଲା ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ  ହେଲେ ଯାହାକୁ ବିନା ଇଚ୍ଛାରେ ଗ୍ରହଣ କରିଥିଲେ ସେ  ତେବେ ଆଶ୍ଚର୍ଯ୍ୟର କଥା ଆଖିରେ ଟିକିଏ ହେଲେ ବି ପଡିନଥିଲା ପଲକ  ଏପଟ ସେପଟ ଛଟପଟ ହୋଇ ପାହିଯାଇଥିଲା ରାତି  

ବିଳାସପୂର୍ଣ୍ଣ ଜୀବନଶୈଳୀରୁ ଏବେ ଲକ୍ଅପ୍  ସନ୍ଦୀପ ଘୋଷଙ୍କ ନୂଆ ଠିକଣା ନିଜାମ ପ୍ୟାଲେସ ଦ୍ୱିତୀୟ ଏମଏସଏ ବିଲ୍ଡିଂର ୧୪ ମହଲା  ଲକ୍ଅପ୍କୁ ଜଗିଛନ୍ତି ଚାରିଜଣ ସଶସ୍ତ୍ର CRPF କର୍ମଚାରୀ  ଅତି କମ୍ରେ ୭ ଦିନ କାଟିବ ସନ୍ଦୀପ ଘୋଷ  ସେପ୍ଟେମ୍ବର ୧୦ରେ ଅଲୀପୁର କୋର୍ଟରେ ହାଜର ପରେ ପରବର୍ତ୍ତୀ ନିଷ୍ପତ୍ତି  ଯାହା ଜଣାପଡୁଛି ନିଜର ଗିରପଦାରୀକୁ ଏଯାଏଁ ଗ୍ରହଣ କରିପାରିନାହାଁନ୍ତି ସନ୍ଦୀପ  ଖାସ୍ ସେଥିପାଇଁ ସାଧାରଣ କଏଦୀଙ୍କ ଭଳି ପାରୁନାହାଁନ୍ତି ଚଳି  ଆଗକୁ କେମିତି କାଟିବ ଏତେ ଦିନ ସେ ନେଇ ଚିନ୍ତିତ  


କାଳୀ ପୂଜା ଥିବାରୁ ସନ୍ଦୀପଙ୍କୁ ରାତ୍ରୀ ଭୋଜନରେ ପରଷା ଯାଇଥିଲା ଶୁଦ୍ଧ ଶାକାହାରୀ ଭୋଜନ  କାରଣ ସେ ଥିଲେ ଇଶ୍ବର ବିଶ୍ୱାସୀ  ସେଥିପାଇଁ ପ୍ରତିଦିନ ସକାଳେ ଯାଆନ୍ତି ବାଲଜୀ ମନ୍ଦିର  ଯାହା କି କୋଲକାତାର ବେଲିୟାଗାଟା ଅଞ୍ଚଳରେ ଥିବା ତାଙ୍କ ଘରଠାରୁ 50 ମିଟର ଦୂରରେ  ତେଣୁତାଙ୍କ ଅନୁରୋଧ ଅନୁଯାୟୀରାତ୍ରି ଭୋଜନ ଥିଲା ସମ୍ପୂର୍ଣ୍ଣ ଶୁଦ୍ଧ ଶାକାହାରୀ ହେଲେ ସେ ଏହାକୁ ମନ ବଳାଇ ଖାଇନଥିଲେ  ପରେ ସକାଳ ଜଳଖିଆରେ ମିଳିଥିଲା ଚାବିସ୍କୁଟ  ତଥାପି ସେ ଖାଇନଥିଲେ ଠିକ୍ରେ  

ସନ୍ଦୀପଙ୍କୁ ସିବିଆଇର ମାରାଥନ ଜେରା  ବୁଧବାର ଅପରାହ୍ନରେ ଘଣ୍ଟାଏ ମଧ୍ୟାହ୍ନ ଭୋଜନ ବିରତି ପରେ ପୁଣି ହୋଇଥିଲା ପଚରାଉଚରା  ଯାହା ଜଣାପଡିଛି ପଚରାଉଚରା ବେଳେ ସନ୍ଦୀପ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆର୍ଥିକ ଅନିୟମିତତା ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛନ୍ତି। ତାଙ୍କ ସହ ସିବିଆଇ କ୍ରମାଗତ ଭାବେ ଅନ୍ୟ ତିନି ଅଭିଯୁକ୍ତ ବିପଲାଭ ସିଂସୁମନ ହଜାରେ ଏବଂ ଅଫିସର ଅଲି ଖାନଙ୍କୁ ମଧ୍ୟ ପଚରାଉଚରା କରୁଛି।